ଓଡିଶା

odisha

ETV Bharat / state

ଫିଲ୍ମରେ ‘ଫନି’ ଦେଖାଇଲା ପୋଲିସ - ଫନି

ଆଜି(ମଙ୍ଗଳବାର) ଓଡିଶା ପୋଲିସ ପକ୍ଷରୁ ‘ଫନି’ ସମୟର ତତ୍ପରତାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ର ପ୍ରଦର୍ଶନ କରାଯାଇଛି । ଅନ୍ୟ ରାଜ୍ୟ ପୋଲିସ ମଧ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଶୈଳୀକୁ ଆପଣାଇ ପାରିବେ ବୋଲି ଡିଜିପି ଆର.ପି ଶର୍ମା କହିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

By

Published : Jul 9, 2019, 3:53 PM IST

ଭୁବନେଶ୍ବର: ‘ଫନି’ ବାତ୍ୟାର କରୁଣ ପରିସ୍ଥିତିକୁ କିଭଳି ସାମ୍ନା କରାଗଲା । ତାହାର ସମସ୍ତ ଦୃଶ୍ୟକୁ ବାନ୍ଧି ଓଡିଶା ପୋଲିସ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ କରାଯାଇଛି । ମଙ୍ଗଳବାର ରାଜ୍ୟ ସଚିବାଳୟରେ ଏହି ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ଐତିହାସିକ ମୁହୁର୍ତ୍ତରେ ଡିଜିପି ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସବୁ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଦୁଇଟି ଭାଗ ଫିଲ୍ମଟି ପ୍ରସ୍ତୁତ ହୋଇଛି । ଗୋଟିଏ ୩ ତିନି ମିନିଟ୍ ରହିଥିବା ବେଳେ ଅନ୍ୟ ଟି ୧୫ ମିନିଟ ଅବଧିର ରହିଛି । ଏହି ଫିଲ୍ମ କୁ ପୋଲିସ ବିଭାଗର ସମସ୍ତ ଅଫିସିଆଲ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରାଯିବ । ୟୁ-ଟ୍ୟୁବ୍ ,ଟ୍ବିଟର ,ଫେସବୁକ ରେ ମଧ୍ୟ ଏହା ଉପଲବ୍ଧ ହେବ । ଏହା ସହ ବିଭିନ୍ନ ସେଣ୍ଟ୍ରାଲ ଏଜେନ୍ସି କୁ ମଧ୍ୟ ପଠାଯିବ । ଓଡିଶା ପୋଲିସର କାର୍ଯ୍ୟ ଦକ୍ଷତା, କର୍ମକୁଶଳତା, ବିତ୍ପତ୍ତି ସମୟର ତତ୍ପରତା ଏବଂ ଫାଷ୍ଟ ରେସପଣ୍ଡକୁ ଏଥିରେ ଦର୍ଶାଯାଇଛି ।

ଏହି ଡକ୍ୟୁମେଣ୍ଟାରୀ ଫିଲ୍ମରୁ ପ୍ରଭାବିତ ହୋଇ ଅନ୍ୟ ରାଜ୍ୟ ପୋଲିସ ମଧ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଶୈଳୀକୁ ଆପଣାଇ ପାରିବେ ବୋଲି ଡିଜିପି ଆର.ପି ଶର୍ମା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details