ଭୁବନେଶ୍ବର: ପୁଣି ଥରେ ନିରାଶ କଲା କେନ୍ଦ୍ର । ଓଡିଶାକୁ ମିଳିବନି ସ୍ବତନ୍ତ୍ର ରାଜ୍ୟ ପାହ୍ୟ ମାନ୍ୟତା । ଏନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର । ନବରଙ୍ଗପୁର ସାଂସଦ ରମେଶ ମାଝି ଏନେଇ ସଂସଦରେ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।
ନିରାଶ କଲା କେନ୍ଦ୍ର, ଓଡିଶାକୁ ମିଳିବନି ସ୍ବତନ୍ତ୍ର ରାଜ୍ୟ ପାହ୍ୟା
ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟ ଦାବି କରି ନିରାଶ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ ନାହିଁ । ଏଥିସହ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଢାଞ୍ଚାରେ ମଧ୍ୟ ରାଜ୍ୟକୁ ଆର୍ଥିକ ସହାୟତା ମିଳିବ ନାହିଁ । ତେଣେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ପରେ ସାଧାରଣ ବର୍ଗର ରାଜ୍ୟ ଏବଂ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ତଫାତ ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଅନୁରାଗ ଠାକୁର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ