ଭୁବନେଶ୍ବର: ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ନେଇ ସଜାଗ ଅଛନ୍ତି ରାଜ୍ୟ ସରକାର । ଆଉ ଏହି ମର୍ମରେ କୃଷିକ୍ଷେତ୍ରରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ କୃଷକ ବଜାର ସୃଷ୍ଟି କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଆଉ ଏଥିପାଇଁ ରାଜ୍ୟ କୃଷିନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ରାଜ୍ୟ କୃଷି ବିଭାଗ ପକ୍ଷରୁ ଏନେଇ ଜଣାଇ ଦିଆଯାଇଛି । ଅନ୍ୟପଟେ ଏ ସମ୍ପର୍କିତ ଏକ ବୈଠକ ମଙ୍ଗଳବାର ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଚାଷୀଙ୍କ ପାଇଁ ତତ୍ପର ସରକାର: ବଢିବ ଆୟ, ପ୍ରତିଷ୍ଠା ହେବ କୃଷକ ବଜାର - odisha
କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଉ ଏହି ମର୍ମରେ ରାଜ୍ୟ କୃଷିନୀତି 2013ର ପରିବର୍ତ୍ତନ କରିବା ପାଇଁ ସବୁ ବିଭାଗକୁ ମତାମତ ଦେବାକୁ କୁହାଯାଇଛି।
ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ