ଭୁବନେଶ୍ବର: 2019-20 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜାରରୁ ଋଣ ଆଣିବେ ବୋଲି କହିଛନ୍ତି । ପ୍ରାୟ 16,434 କୋଟି ଟଙ୍କା ଋଣ ଆଣିବାକୁ ଯୋଜନା କରିଛନ୍ତି ସରକାର । ତେବେ ଏହା କେବଳ ଆକଳନ କରାଯାଇଛି, ଆହୁରି କମ ହୋଇପାରେ ବୋଲି ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ।
2018-19ରେ ଖୋଲା ବଜାରରୁ 12,032 କୋଟି ଋଣ ଆଣିବାକୁ ଟାର୍ଗେଟ ଥିବା ବେଳେ 5512 କୋଟି ଟଙ୍କା ସରକାର ଆଣିଛନ୍ତି ବୋଲି ଅଶୋକ କହିଛନ୍ତି । 2018-19ରେ 10,002 କୋଟି ଟଙ୍କା ମୋଟ ଋଣ ଥିଲା ।