ଓଡିଶା

odisha

By

Published : May 27, 2019, 11:59 PM IST

ETV Bharat / state

2019 ନିର୍ବାଚନ: ପରାଜୟର ସମୀକ୍ଷା କରିବ ରାଜ୍ୟ କଂଗ୍ରେସ

2019 ନିର୍ବାଚନରେ ଜୋରଦାର ଝଟକା ଖାଇଛି ରାଜ୍ୟ କଂଗ୍ରେସ। କଣ ପାଇଁ ଚଳିତ ନିର୍ବାଚନରେ ଦଳର ପରାଜୟ ହେଲା ସେ ନେଇ ସମୀକ୍ଷା କରିବ କଂଗ୍ରସେ।

ଫାଇଲ ଫଟୋ

ଭୁବନେଶ୍ବର: କେଉଁଠି ରହିଲା ତ୍ରୁଟି? କାହିଁକି ଦଳ ଏତେ ବଡ ବିପର୍ଯ୍ୟୟର ସାମ୍ନା କଲା? ନେତୃତ୍ବ ନା ସାଙ୍ଗଠନିକ ଦୁର୍ବଳତା କିଏ ଏଥିପାଇଁ ଦାୟୀ? ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ଏବେ ଏହାର ସମୀକ୍ଷା କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ନେତା । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆସନ୍ତା 29 ଓ 30 ଦୁଇଦିନିଆ ଓଡିଶା ଗସ୍ତରେ ଆସି ସମୀକ୍ଷା କରିବେ । ମେ 29ରେ ଆସିକା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ମୃତ ମନୋଜ ଜେନାଙ୍କ ପରିବାରକୁ ଭେଟିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିକଟରେ ମନୋଜଙ୍କୁ ଗୁଳି କରି ହତ୍ୟା କରାଯାଇଛି । 30ରେ କଂଗ୍ରେସ ଭବନରେ ଆରମ୍ଭ ହେବ ଘମାସନ । ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଆଲୋଚନା ହେବ । ଏହାପରେ ଜିଲ୍ଲା ସଭାପତି, ନିର୍ବାଚନ ଲଢିଥିବା ସବୁ ବିଧାୟକ, ସାଂସଦ ଏବଂ ତୃତୀୟ ପର୍ଯ୍ୟାୟରେ ସାଙ୍ଗଠନିକ ପଦ ପଦବୀରେ ଥିବା ନେତାଙ୍କ ସହ ଆଲୋଚନା କରିବେ । ଏହି ସମୟରେ ଦଳର ପ୍ରଦର୍ଶନକୁ ନେଇ ଗଠନ ହୋଇଥିବା କମିଟି ରିପୋର୍ଟ ମଧ୍ୟ ସମୀକ୍ଷା କରାଯିବା ନେଇ ଜଣାଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details