ଓଡିଶା

odisha

ETV Bharat / state

ସୋସିଆଲ ମିଡିଆ କ୍ୟାମ୍ପେନିଂ ଉପରେ ରହିବ ସ୍ୱତନ୍ତ୍ର ନଜର: ସିଇସି

ଆସନ୍ତା ସାଧାରଣ ନିର୍ବାଚନକୁ ସ୍ଵଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରୟାସ  ଜାରି ରହିଛି  କରାଯାଇଛି। ମୁଖ୍ୟତଃ ମଦ, ଟଙ୍କା ଓ ସାଇବର ସୁରକ୍ଷା ଉପରେ ପୁରା ନଜର ରଖାଯିବ ବୋଲି କହିଛନ୍ତି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ନିର୍ବାଚନ କମିଶନ(ସିଇସି) ଅଶୋକ ଲାଭସା।

By

Published : Feb 15, 2019, 3:56 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନକୁ ସ୍ଵଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି କରାଯାଇଛି। ମୁଖ୍ୟତଃ ମଦ, ଟଙ୍କା ଓ ସାଇବର ସୁରକ୍ଷା ଉପରେ ପୁରା ନଜର ରଖାଯିବ ବୋଲି କହିଛନ୍ତି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ନିର୍ବାଚନ କମିଶନ(ସିଇସି) ଅଶୋକ ଲାଭସା।


ଏନେଇ ସେ କହିଛନ୍ତି ଜିଲ୍ଲା ସ୍ତରରେ ଏକ ସାଇବର ଏବଂ ସୋସିଆଲ ମିଡିଆ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଯେଉଁମାନେ ଫେକ୍ ନ୍ୟୁଜ୍, ପେଡ୍ ନ୍ୟୁଜ୍ ଏବଂ ଚରିତ୍ର ସଂହାର ଆଦି ଘଟଣା ଉପରେ ନଜର ରଖିବେ। ସୋସିଆଲ ମିଡିଆରେ ହେଉଥିବା ବିଭିନ୍ନ ଦଳର କ୍ୟାମ୍ପେନିଂ ତଦାରଖ କରିବା ପାଇଁ ଜିଲ୍ଲା ସ୍ତରରେ ମିଡିଆ ମନିଟରଂ କମିଟିର ଗଠନ କରାଯିବ।


ନିର୍ବାଚନ ସମୟରେ ମଦ, ଟଙ୍କା ଆଦିର କରବାର ଉପରେ ନଜର ରଖିବାକୁ ମୋବାଇଲ ୟୁନିଟର ଗଠନ କରାଯିବ। ଏଥିସହିତ 'ସି ଭିଜନ୍' ନାମକ ଏକ ଓ୍ଵେବସାଇଟ ମାଧ୍ୟମରେ ସାଧାରଣ ଲୋକେ ମଧ୍ୟ ଭିଡିଓ ଓ ଫଟୋ ଏହି ଓ୍ଵେବସାଇଟ ମାଧ୍ୟମରେ ପଠାଇପାରିବେ। ଯାହା ଫଳରେ କଣ୍ଟ୍ରୋଲ ରୁମରେ ସିଧାସଳଖ ଖବର ପହଞ୍ଚିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରିବ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ


ABOUT THE AUTHOR

...view details