ଓଡିଶା

odisha

ETV Bharat / state

ରାଜ୍ୟପାଳଙ୍କ ପ୍ରେସ ବିଜ୍ଞପ୍ତି, 29ରେ ଶପଥ ନେବେ ନବୀନ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିଲେ । ଏଥିସହ ନବୀନଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବାକୁ ଅନୁରୋଧ କରିଥିଲେ ରାଜ୍ୟପାଳ । ସୋମବାର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

By

Published : May 27, 2019, 1:11 PM IST

ଫାଇଲ ଫଟୋ

ଭୁବନେଶ୍ବର: ନୂତନ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରିପରିଷଦ ଇସ୍ତଫା ପତ୍ର ଗୃହୀତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗତ ଶୁକ୍ରବାର ଏହି ଇସ୍ତଫା ପତ୍ର ଗ୍ରହଣ କରିଥିଲେ । ଏଥିସହ ନବୀନଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବାକୁ ଅନୁରୋଧ କରିଥିଲେ ରାଜ୍ୟପାଳ । ସୋମବାର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ମନ୍ତ୍ରିପରିଷଦ ଶପଥ ଗ୍ରହଣ କରିବେ । ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ବିପୁଳ ବିଜୟ ମିଳିଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୧୪୬ଟି ଆସନରେ ମତଦାନ ହୋଇଥିଲା । ଏଥିରେ ବିଜେଡିକୁ ୧୧୨ଟି ଆସନରେ ବିଜୟ ମିଳିଛି । ଏହାପରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବରେ ଚୟନ କରାଯାଇଥିଲା ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍‌, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details