ଭୁବନେଶ୍ବର: ମେ 9 ନୁହେଁ 14ରେ ହେବ ଜେଇ ଆଡଭାନ୍ସ ପଞ୍ଜିକରଣ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଅବଧିକୁ ବଢାଇ ଦେଇଛନ୍ତି । ଏହାର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଭେଦଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଶାୟୀ ପରୀକ୍ଷାର୍ଥୀଙ୍କ ସୁବିଧାକୁ ନଜରରେ ରଖି ପରୀକ୍ଷା ଅବଧି ଘୁଞ୍ଚାଇଛନ୍ତି । ଯେଉଁଥିପାଇଁ ବହୁ ଛାତ୍ରଛାତ୍ରୀ ଲାଭପ୍ରଦ ହେବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି ।
ଘୁଞ୍ଚିଲା ଜେଇଇ ଆଡଭାନ୍ସ ପଞ୍ଜିକରଣ ତାରିଖ - PrakashJavdekar
ଜେଇଇ ଆଡଭାନ୍ସ ପଞ୍ଜିକରଣ ଅବଧି ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦକର ।
ଫଟୋ ସୌଜନ୍ୟ-ଟ୍ବିଟର@Naveen_Odisha
ଫନି ଯୋଗୁଁ ଏବେ ବି ସବୁ ସ୍ଥାନରେ ଯୋଗାଯୋଗ ହୋଇପାରୁନାହିଁ । ଇଣ୍ଟରନେଟ ଦୂରର କଥା ଫୋନରେ କଥା ହେବା ମଧ୍ୟ କଷ୍ଟକର ହୋଇପଡିଛି । ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଯାଇଥିବାରୁ ଯାତାୟତ ମଧ୍ୟ ଠିକ ରେ ସମ୍ଭବ ହେଉପାରୁନାହିଁ । ଆଉ ଏପରି ସ୍ଥିତିରେ ଜେଇଇ ଆଡଭାନ୍ସ ପଞ୍ଜିକରଣ ହେବା ମୁସକିଲ । ଏ ନେଇ ଚିନ୍ତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରିଖ ଘୁଞ୍ଚାଇବାକୁ ଚିଠି ଲେଖି ଅପିଲ କରିଥିଲେ ।