ଓଡିଶା

odisha

ETV Bharat / state

ଅନୁରାଧା, ଅନୁପ ଜଲୋଟାଙ୍କ ସ୍ବରରେ କମ୍ପିଲା ଏକାମ୍ର କ୍ଷେତ୍ର - temple

ମହାସମାରୋହରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ। ଦିନ ତମାମ ଉପବାସ କରି ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ଲଭିବାକୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ମନ୍ଦିରରେ। ତେବେ ଭକ୍ତଙ୍କ ମନକୁ ଆହୁରି ଭକ୍ତିମୟ କରିବାକୁ ଏକାମ୍ର କ୍ଷେତ୍ରରେ ଆୟୋଜନ କରାଯାଇଥିଲା ଭଜନ ସନ୍ଧ୍ୟା।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

By

Published : Mar 5, 2019, 3:10 AM IST

ଭୁବନେଶ୍ବର: ମହାସମାରୋହରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ। ଦିନ ତମାମ ଉପବାସ କରି ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ଲଭିବାକୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ମନ୍ଦିରରେ। ତେବେ ଭକ୍ତଙ୍କ ମନକୁ ଆହୁରି ଭକ୍ତିମୟ କରିବାକୁ ଏକାମ୍ର କ୍ଷେତ୍ରରେ ଆୟୋଜନ କରାଯାଇଥିଲା ଭଜନ ସନ୍ଧ୍ୟା। ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଭଜନ ସମାରୋହରେ ନିଜ ସ୍ବରର ଯାଦୁରେ ମତୁଆଲା କରିଛନ୍ତି ନାମିଦାମୀ କଣ୍ଠଶିଳ୍ପୀ। ମୁମ୍ବାଇରୁ ଖ୍ୟାତନାମା କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ, ଅନୁପ ଜଲୋଟା, ମଥୁରାର ଲାଲାଜି ଶର୍ମା, ଟାଟାର ନେହା କଉର କଣ୍ଠଦାନ କରି ପରିବେଶକୁ ଆହୁରି ଭକ୍ତିମୟ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ବିଶେଷ କରି ଅନୁପ ଜଲୋଟାଙ୍କ 'ୟସି ଲାଗି ଲଗନ ମୀରା ହୋଗେଇ ମଗନ', 'ଇଚ୍ଯୁତମ କେଶବମ କୃଷ୍ନ ନାରାୟଣମ' , ସେହିପରି ଅନୁରାଧାଙ୍କ କଣ୍ଠରୁ ଓଁ ଭୂ ଭୁବର୍ସ୍ୱ, ଆୟା ଶିବରାତ୍ରୀ କା ମହିନା, କେରି କେରି ସୁନା ଦୁବ, ସତ୍ଯମ ଶିବମ ସୁନ୍ଦରମ ଆଦି ସଙ୍ଗୀତ ଭକ୍ତଙ୍କୁ ମନକୁ ବେଶ ଛୁଇଁଥିଲା।

ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ଯଥା, କୁମାର ବାପି, ଶାନ୍ତିଲତା ଛୋଟରାୟ, ରବି ମହାପାତ୍ର, କ୍ରିଷ୍ଣା ମିଶ୍ର, ବିଦ୍ୟା ଦାଶ, ସୁଧାକର ମିଶ୍ର, ପିନାକି ନାୟକ, ଭଗବାନ ଜେନା, ଶ୍ରୀଚରଣ ମହାନ୍ତି, ପ୍ରଭୁ ପ୍ରସାଦ ନନ୍ଦ, ଅଞ୍ଜଳୀ ମିଶ୍ର, ଅର୍ପିତା ଚୌଧୁରୀ, ଅନ୍ତରା ଚକ୍ରବର୍ତ୍ତୀ, ପ୍ରଦୀପ ଦଳାଇ, ଆଲୋକ କୁଣ୍ଡୁ, ଅମରେଶ ମିଶ୍ର, ପ୍ରଫୁଲ୍ଲ ବେହେରା ଆଦି ବହୁ ଯୋଗ ଦେଇ ଭଜନ ପରିବେଷଣ କରିଥିଲେ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details