ଭୁବନେଶ୍ବର: ନିର୍ବାଚନର କିଛି ସମୟ ପୂର୍ବରୁ ବିଜେଡିକୁ ଲାଗିଛି ବଡ ଝଟକା। ଦଳର 3 ସାଂସଦଙ୍କ ସମେତ 5ରୁ ଅଧିକ ବିଧାୟକ ଦଳ ଛାଡିବା ପରେ ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ଟିକେଟ ନମିଳିବାରୁ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଏବେ ବିଜେଡିକୁ କହିଛନ୍ତି ବାଏ ବାଏ।
ବିଜେଡି ଛାଡିବା ପରେ ଏବେ ବିଜେପିରେ ସାମିଲ ହୋଇଛନ୍ତି ବାସନ୍ତୀ। ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବାସନ୍ତୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ଛାଡିବା ପରେ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ତାଙ୍କ ପ୍ରତି ଅବହେଳା ହେଉଥିବା ଅଭିଯୋଗ କରିଛନ୍ତି ବାସନ୍ତୀ।