ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ଏକ ନୂଆ ଜେଲ । ଯେଉଁଠି ରହିବ ସ୍ୱତନ୍ତ୍ର ଭାବେ ଜେଲର ସୁରକ୍ଷା ବ୍ୟବସ୍ଥା । ଏହାକୁ ନେଇ ରାଜ୍ୟରେ ଅନ୍ୟ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଛନ୍ତି କାରାଗାର ମହାନିର୍ଦ୍ଦେଶକ । ଏହା ଛଡା ଏକ ସ୍ବତନ୍ତ ଜେଲ ପ୍ରସ୍ତୁତ କରାଯିବ ଆଠଗଡ ଅଞ୍ଚଳରେ । ତେବେ ଏହି ସ୍ୱତନ୍ତ୍ର ଜେଲ ହେବାକୁ ଥିବାରୁ ପୂର୍ବରୁ ଏନେଇ ଏକ ଟିମ ଗଠନ କରାଯାଇ ଆଜି ଆଠଗଡ ପରିଦର୍ଶନ କରିଛନ୍ତି ।
ସୂଚନା ମୁତାବକ, ବିଭିନ୍ନ ସମୟରେ କାରାଗାରରେ ଦୁର୍ଦ୍ଦାନ୍ତ ଅପରାଧୀ ରହୁଥିବାରୁ ଏହାର ପ୍ରଭାବ ଅନ୍ୟ କଏଦୀଙ୍କ ଉପରେ ପଡୁଛି । ଯାହାଦ୍ୱାରା ଜେଲର ମାହୋଲ ଖରାପ ହେବାରେ ଲାଗିଛି । ଏକ ସ୍ୱତନ୍ତ୍ର ଜେଲ ଆଠଗଡରେ ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏନେଇ ସ୍ଥାନ ଚିହ୍ନଟ କରାଯାଇଛି । ଆଜି ଏକ ସ୍ୱତନ୍ତ୍ର ଟିମ ଆଠଗଡ ଗସ୍ତ କରିଛନ୍ତି ।
ଆଠଗଡରେ ହେବାକୁ ଥିବା ଏହି ସ୍ୱତନ୍ତ୍ର ଜେଲରେ ରହିବ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହି ଜେଲ ତିଆରି ପାଇଁ ରହିଛି ୨୦ଏକର ପରିସୀମା ବିଶିଷ୍ଟ ଜମି । ଯେଉଁଠି କି ୪୫୦ ରୁ ୫୦୦ କଏଦୀମାନେ ରହିବାରେ ସକ୍ଷମ ହୋଇପାରିବେ । ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯିବ ଜେଲରେ । ଭାରତରେ ଅନ୍ୟ ରାଜ୍ୟରେ ରହିଥିବାବେଳେ କେବଳ ଏକ ମାତ୍ର ରାଜ୍ୟ ଓଡିଶାରେ ଏହା ହୋଇନାହିଁ । ଏହା ଅତି ଶୀଘ୍ର ହେବାକୁ ଯାଉଛି ବୋଲି ଜେଲ ମହାନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି ।