ଓଡିଶା

odisha

ETV Bharat / state

ସ୍ମାର୍ଟସିଟିରେ କୃତ୍ରିମ ବନ୍ୟା - flood

ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ବରେ କୃତ୍ରିମ ବନ୍ୟା । ଆଜିଠାରୁ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Breaking News

By

Published : Jul 2, 2019, 11:46 PM IST

ଭୁବନେଶ୍ବର: ବର୍ଷା ଯୋଗୁଁ ସ୍ମାର୍ଟ ସିଟିରେ ଜନଜୀବନ ଅସ୍ତବ୍ୟସ୍ତ । ମାତ୍ର 2 ଘଣ୍ଟା ବର୍ଷା ପରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା ।

'ଫନି' ବାତ୍ୟା ପରେ ନାଳ ସବୁ ଠିକ ଭାବେ ସଫା ହୋଇ ପାରିନଥିବାରୁ ଏହି କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରଶାସନକୁ ଏଥିପାଇଁ ଦୃଷ୍ଟି ଦେବାକୁ ପଡିବ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କିଛି ଦିନ ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ରବିବାରରୁ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେବ । କିଛି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details