ଓଡିଶା

odisha

ETV Bharat / state

ବୁଧବାର ଶପଥ ଗ୍ରହଣ, ମଧୁସୂଦନ ମାର୍ଗ 4ଘଣ୍ଟା ବନ୍ଦ

ଆସନ୍ତା ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

By

Published : May 27, 2019, 6:07 PM IST

Updated : May 27, 2019, 6:13 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତା 29 ତାରିଖ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ପ୍ରଥମ ଥର ପାଇଁ ରାଜଭବନ ବାହାରେ ଏହି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜଧାନୀର ୟୁନିଟ-3 ସ୍ଥିତ ଇଡିକୋ ପ୍ରଦର୍ଶନୀ ପଡିଆରେ ଏହା ଆୟୋଜିତ ହେବାକୁ ଯାଉଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଭିଆଇପି ଏବଂ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଛି କମିଶନରେଟ ପୋଲିସ ।

ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ 25 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣାଇଛନ୍ତି ପୋଲିସ କମିଶନର । ଶପଥ ଗ୍ରହଣ ଉତ୍ସବରେ ମଞ୍ଚ ଓ ଏହାର ପ୍ରାୟ 100 ମିଟର ଦୂରତା ମଧ୍ୟରେ ସିସିଟିଭି ଲଗାଯିବ । ପ୍ରତ୍ୟେକ ପ୍ରବେଶ ସ୍ଥଳରେ ମେଟାଲ୍ ଡିଟେକ୍ଟର ଲଗାଯିବ । କେବଳ ପାସ୍ ଧାରୀଙ୍କୁ ଶପଥ ଉତ୍ସବରେ ପ୍ରବେଶ କରିବ।କୁ ଅନୁମତି ମିଳିବ । ଏହା ପୂର୍ବରୁ ସେଠାରେ ପୋଲିସ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

ଏହା ବ୍ୟତୀତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର 24 ଘଣ୍ଟା ପୂର୍ବରୁ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ପଡିଆକୁ ନିୟମିତ ଭାବେ ଯାଞ୍ଚ କରିବେ । ଏଥିପାଇଁ 3ଟି ପ୍ରବେଶ ଦ୍ବାରର ବ୍ୟବସ୍ଥା କରାଯାଇଛି । ପ୍ରାୟ 5ରୁ 7 ହଜାର ଲୋକ ବସିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟ ବାହାରୁ ମଧ୍ୟ ଅନେକ ନିମନ୍ତ୍ରିତ ଅତିଥି ଆସିବାର ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଟ୍ରାଫିକ ସମସ୍ୟା । ଏଥିପାଇଁ 3ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ପ୍ରଥମତଃ ମଧୁସୂଦନ ମାର୍ଗକୁ ସକାଳ 8ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ବନ୍ଦ କରାଯିବ । ସେହି ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ପାର୍କିଂର ବ୍ୟବସ୍ଥା କରାଯାଇଛି । ଏହା ପରେ ୟୁନିଟ1 ହାଇସ୍କୁଲ ପଡିଆ ଏବଂ ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପାର୍ଶ୍ବରେ ପାର୍କିଂ କରାଯିବ ବୋଲି ପୋଲିସ କମିଶନର ଜଣାଇଛନ୍ତି ।

ଏହା ଛଡା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଓ ମୁଖ୍ୟ ବିଚାରପତି କେଶରୀ ସିନେମା ହଲ ପଛ ଦ୍ବାର ଦେଇ ପ୍ରଦର୍ଶନୀ ପଡିଆକୁ ପ୍ରବେଶ କରିବେ । ବିଧାୟକ ଏବଂ ଦଳୀୟ କର୍ମୀ ହାଉସିଂ ବୋର୍ଡ ଛକ ପଟରୁ ପଡିଆକୁ ପ୍ରବେଶ କରିବା ନେଇ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 27, 2019, 6:13 PM IST

ABOUT THE AUTHOR

...view details