ଓଡିଶା

odisha

ETV Bharat / state

'ଲୁଣି ପାଣିରେ ଫୁଟିବ ପଦ୍ମ' - ଭୁବନେଶ୍ବର

ପଦ୍ମ ଧରିବେ ବରିଷ୍ଠ ନେତା ଦାମ ରାଉତ । ଲୁଣି ପାରିବେ ପଦ୍ମ ଫୁଟାଇବାର କଳା ଦାମଙ୍କୁ ବେଶ ଜଣା ବୋଲି କହିଛନ୍ତି ଦାମୋଦର ରାଉତ । ଯଦିଓ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି ତଥାପି ନିଜ ସର୍ତ୍ତ ଅନୁଯାୟୀ ଖୁବ ଶୀଘ୍ର ଦଳରେ ଯୋଗ ଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 10, 2019, 7:49 PM IST

ଭୁବନେଶ୍ବର: ଲୁଣି ପାଣିରେ ବି ଫୁଟିପାରେ ପଦ୍ମ । ଆଉ ପଦ୍ମ ଫୁଟାଇବେ ବରିଷ୍ଠ ନେତା ଦାମ ରାଉତ । ଲୁଣି ପାଣିକୁ କିଭଳି ମଧୁର ପାଣି କରି ସେ କଳା ଦାମଙ୍କୁ ବେଶ ଜଣା ବୋଲି ଖୋଦ ଦାମୋଦର ରାଉତ କହିଛନ୍ତି । ସେ ଏନେଇ ବିଜେପି ନେତାଙ୍କ ସହ ଆଲୋଚନା କରି ସାରିଥିବା ବେଳେ ଏବେ ବି ତାଙ୍କର କିଛି ସର୍ତ୍ତ ରଖିଛନ୍ତି । ତାହା ପୂରଣ ହେଲେ ସେ ନିଶ୍ଚୟ ନିଜ ନିର୍ବାଚନୀ ମଣ୍ଡଳୀରେ ପଦ୍ମ ଫୁଟାଇବେ ।

ତେବେ ଏଥିରୁ ସ୍ପଷ୍ଟ ହେଉଛି ବିଜେପିର ମିଶ୍ରଣ ପର୍ବରେ ଦାମ ଏଥର ପଦ୍ମ ଧରିବେ । ଭଷ୍ଟ୍ରାଚାରୀ ଓ ଦୁର୍ନୀତିଗ୍ରସ୍ତ ନବୀନ ସରକାରଙ୍କୁ ଯିଏ ହଟାଇବାକୁ ତଥା ସଣ୍ଡୁଆସି ଆକ୍ରମଣ କରିବ ତାକୁ ସମର୍ଥନ କରିବେ ବୋଲି ଦାମ କହିଛନ୍ତି । ତେଣୁ ବିଜେପିରେ ଯୋଗ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କନକବର୍ଦ୍ଧନ ସିଂଦେଓଙ୍କ ସହ ସେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ଦାମ ବିଜେପିରେ ମିଶିବା ନେଇ ରାଜନୀତିରେ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ କେବେ ଯୋଗ ଦେବେ ସେନେଇ ଆକଳନ କରାଯାଇ ପାରୁନଥିଲା । ତେବେ ଡାକ୍ତର ରାଉତଙ୍କ କଥାରୁ ସ୍ପଷ୍ଟ ହେଉଛି ସେ ବିଜେପିରେ ମିଶିବା ନେଇ କିଛି ପ୍ରସ୍ତାବ ଦଳୀୟ ନେତାମାନଙ୍କୁ ଦେଇଛନ୍ତି ଯାହାର ଉତ୍ତର 5 ଦିନ ଭିତରେ ମିଳିବ ବୋଲି ଆଶା କରିଛନ୍ତି ।

ଏଥିସହ କହିଛନ୍ତି, ବିଜେପି ହେଉ କି କଂଗ୍ରେସ ଯଦି ବିକାଶ ସହ ଦୁର୍ନୀତି ବିରୋଧରେ ଲଢ଼େଇ କରେ ତେବେ ସେ ନିଶ୍ଚୟ ଯୋଗ ଦେବେ । ଆଉ ତାଙ୍କର ଏକ ମାତ୍ର ଲକ୍ଷ୍ୟ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସାନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details