ଭୁବନେଶ୍ବର: 'ଫନି' ସବୁକିଛି ଛାରଖାର କରିଦେଇଥିବା ବେଳେ ବିଜୁଳି ବ୍ୟବସ୍ଥାରେ ସୁଧାର ଆସିନଥିବାରୁ ରାଜଧାନୀରେ ଏଟିଏମ ସବୁ ଅଚଳ ହୋଇପଡିଛି । ଯେଉଁଠି ଏଟିଏମ କାମ କରୁଛି ସେଠି ଲମ୍ବା ଧାଡି ଦେଖିବାକୁ ମିଳୁଛି ।
ଭୁବନେଶ୍ବରରେ 'ଫନି' ପାଇଁ ବିଜୁଳି ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ । ଲୋକମାନଙ୍କ ନିକଟରେ ଥିବା ଜମା ଟଙ୍କା ଶେଷ ହେବାକୁ ବସିଲାଣି । ବିଭିନ୍ନ ପ୍ରକାର ସାମଗ୍ରୀର ଦରଦାମ ବୃଦ୍ଧି ହେତୁ ଲୋକମାନେ ହଇରାଣ ହୋଇ ଏଟିଏମ ଗଲା ବେଳକୁ ଲାଇନ ନଥିବା ଯୋଗୁଁ ଏଟିଏମ ଅଚଳ ହୋଇପଡିଥିବାରୁ ନାନା ହଇରାଣ ହରକତ ହେଉଛନ୍ତି ଲୋକ ।