ଭୁବନେଶ୍ବର: ଏବେ ସୁଦ୍ଧା 50 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ କାଳିଆ ଯୋଜନାରେ ସାମିଲ ହେବା ସହିତ ଏହାର ଲାଭ ହାସଲ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯେଉଁ ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ଓ ଏହାର ବକେୟା କିସ୍ତିର ଅର୍ଥ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁ ମିଳିନଥିଲା ସେମାନଙ୍କୁ ସରକାର ଗଠନ ପରେ ପରେ ତାହା ପ୍ରଦାନ କରାଯାଇଥିବା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।
କାଳିଆ ଯୋଜନା: ଖୁବଶୀଘ୍ର ପ୍ରକାଶ ପାଇବ ବଞ୍ଚିତ ହିତାଧିକାରୀଙ୍କ ତାଲିକା - kalia scheam
କାଳିଆ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ତାଲିକା ଶୀଘ୍ର ପ୍ରକାଶ ପାଇବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଯେପରି ଉପଯୁକ୍ତ ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ତାଲିକା ପ୍ରସ୍ତୁତି ହେଉଥିବା ମନ୍ତ୍ରୀ କହିଛନ୍ତି।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ବର୍ତ୍ତମାନ ଯାଏ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ସାମିଲ ପାଇଁ ସେମାନଙ୍କ ଯାଞ୍ଚ ଚାଲିଥିବା ମନ୍ତ୍ରୀ କହିଛନ୍ତି । ଯେପରି ଉପଯୁକ୍ତ ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ତାଲିକା ପ୍ରସ୍ତୁତି ହେଉଥିବା ସେ ଦର୍ଶାଇଛନ୍ତି । ଏହି ତାଲିକା ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ