ଭୁବନେଶ୍ୱର: ସଫଳ ହେଲା ଅପରେସନ। ଶେଷରେ ଧରାପଡିଲା ବାଘ। ଏୟାରପୋର୍ଟ ପାଖ ଜଙ୍ଗଲରୁ ବାଘକୁ ଧରିଛି ବନ ବିଭାଗ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯନ୍ତାରେ ପଡିଛି କଲରାପତରିଆ ବାଘ। ଦୀର୍ଘ ଦୁଇଦିନ ଧରି ବାଘ ଭୟରେ ଜୀବନ ବିତାଉଥିବା ରାଜଧାନୀବାସୀଙ୍କୁ ମିଳିଛି ଆଶ୍ୱସ୍ଥି।
ମଙ୍ଗଳବାର ନନ୍ଦନକାନନର 10ଟି ଟିମ ଦିନ ତମାମ ସର୍ଚ୍ଚ ଅପରେସନରେ ଲାଗିଥିଲେ। ବାଘକୁ ଧରିବା ପାଇଁ ଜୋର ସୋରରେ ଆରମ୍ଭ ହୋଇଥିଲା ଉଦ୍ୟମ। ବିଳମ୍ବିତ ରାତିରେ ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ନିକଟ ଜଙ୍ଗଲରେ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘକୁ ଧରିବା ପାଇଁ ଜଙ୍ଗଲ ଚାରିପଟକୁ ଘେରିଯାଇଥିଲେ ବନ କର୍ମଚାରୀ । ଆଉ ଶେଷରେ କୁକୁଡା ପାଇଁ ଯନ୍ତାରେ ପଡିଥିଲା ବାଘ।