ଓଡିଶା

odisha

ETV Bharat / state

ଏନସିଇଆରଟି ବହିରେ ଓଡ଼ିଆ ପାଇକର ବୀରତ୍ବର କାହାଣୀ - class viii

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ଦ୍ବାରା 8ମ ଶ୍ରେଣୀର ଇତିହାସରେ ଓଡିଆଙ୍କ ବୀରତ୍ୱର କାହାଣୀ ସ୍ଥାନ ପାଇଛି । ଏଥିରେ ଓଡିଶାର 1817 ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ଉଲ୍ଲେଖ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 11, 2019, 6:23 PM IST

Updated : Feb 11, 2019, 6:32 PM IST

ଭୁବନେଶ୍ୱର: ପାଇକମାନଙ୍କ ସାହସ, ବୀରତ୍ବ ଓ ଯୁଦ୍ଧକୌଶଳର ତୁଳନା ନାହିଁ । 1817ରେ ଜଗବନ୍ଧୁଙ୍କ ନେତୃତ୍ବରେ ଆରମ୍ଭ ପାଇକ ବିଦ୍ରୋହ ଭାରତ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ । ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ହୋଇ ଆସୁଥିବା ଏହି ବିଦ୍ରୋହ ଏବେ ପାଠ୍ୟପୁସ୍ତକରେ । ଏହି ପାଠ୍ୟ ପୁସ୍ତକରେ ଓଡିଆଙ୍କ ବୀରତ୍ୱ ଦର୍ଶାଯାଇଛି । ଏଥିସହ ଓଡିଶାର 1817 ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ମଧ୍ୟ ଉଲ୍ଲେଖ କରାଯାଇଛି ।

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ଦ୍ବାରା 8ମ ଶ୍ରେଣୀର ଇତିହାସରେ ଓଡିଆଙ୍କ ବୀରତ୍ୱର କାହାଣୀ ସ୍ଥାନ ପାଇଛି । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ଉଲ୍ଲେଖ ରହିଛି । ଛାତ୍ରଛାତ୍ରୀ ପାଇକ ବିଦ୍ରୋହରେ ଜାଣିବା ସହ ଆମ ଓଡିଆଙ୍କ ବୀରତ୍ୱ ଓ ସାହସିକତାକୁ ବୁଝିପାରିବେ ।

ତେବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବାନୁଯାୟୀ, 2018ରେ ପ୍ରକାଶିତ ପୁସ୍ତକରେ ଓଡିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ଉଲ୍ଲେଖ କରାଯାଇଛି । ଏଥିସହ ଦେଶ ବ୍ରିଟିଶ ସରକାରଙ୍କ ଶାସନ ଅବଗତ ରହିବା ନେଇ ଏହି ପୁସ୍ତକରେ ଏହାକୁ ଉପସ୍ଥାପନା କରାଯାଇଛି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ବାରମ୍ବାର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କରିବା ନେଇ ଦାବି କରିଆସିଛନ୍ତି । ତେବେ ପାଇକ ବିଦ୍ରୋହ 200 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ପକ୍ଷରୁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକଟିକେଟ ଜାରି କରାଯାଇଥିଲା ।

ବରୁଣେଇ ପାଦ ଦେଶରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଜାଗା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଏପରି ହୋଇପାରିଲେ ବକ୍ସି ଜଗବନ୍ଧୁଙ୍କ ପ୍ରତି ପ୍ରକୃତ ସମ୍ମାନ ହୋଇପାରିବ ।

Last Updated : Feb 11, 2019, 6:32 PM IST

ABOUT THE AUTHOR

...view details