ଭୁବନେଶ୍ୱର: ଦୁଲୁକିବ ରଙ୍ଗମଞ୍ଚ। ଆବେଗଭରା କାହାଣୀ ଏବଂ ଛାତିଥରା ସଂଳାପରେ କମ୍ପିବ ପରିବେଶ। ମନୋରଞ୍ଜନର ଖୋରାକ ଯୋଗାଇବ ମେଲୋଡି ଡ୍ୟାନ୍ସ। ମଞ୍ଚ ପ୍ରସ୍ତୁତ, କଳାକାର ବି ପ୍ରସ୍ତୁତ । ଆଉ କେଇ ଘଣ୍ଟାର ଅପେକ୍ଷା ମାତ୍ର। ବର୍ଷକ ପରେ ଚଳଚଞ୍ଚଳ ଖଣ୍ଡଗିରି ଯାତ୍ରାପଡିଆ।
ମାଘ ସପ୍ତମୀ ମେଳା ପରେ ପ୍ରତିବର୍ଷ ପରି ଗୁରୁବାର ସନ୍ଧ୍ୟାଠୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ଯାତ୍ରା ମହାସମର। ପ୍ରଥମ ପର୍ଯ୍ୟାୟ ଲଢେଇ ପାଇଁ ବିଭିନ୍ନ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିବା ପାଇଁ ଏବର୍ଷ ଯାତ୍ରାରେ ଭରପୁର ପ୍ରୟାସ ହୋଇଛି। ସୁରକ୍ଷା ଦୃଷ୍ଟିରୁ ମଣ୍ଡପରେ ସିସି କ୍ୟାମେରାର ମଧ୍ୟ ବ୍ୟବସ୍ଥା ହୋଇଛି।