କଟକ: ଯେତେବେଳେ ପ୍ରତିଶ୍ରୁତି ପ୍ରତାରଣାର ରୂପ ନିଏ, ସେତେବେଳେ ଜନତାଙ୍କ ଜବାବ ବି ସେମିତି କିଛି ମିଳେ । କେନ୍ଦ୍ରାପଡା ଜନତା ଏବେ ସଠିକ ନିଷ୍ପତ୍ତି ନେବେ । ଏଥରର ଲଢେଇ ମାଟି ଓ ପାର୍ଟି ଭିତରେ । ବାହାର ନେତାଙ୍କ ବଟନକୁ ଜନତାଙ୍କ ହାତ ଆଉ ଯିବନି । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି କିଛି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରାପଡା ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବରିଷ୍ଠ ଆଇନଜୀବି ଧରଣୀଧର ନାୟକ।
ଧରଣୀ କହିଛନ୍ତି, ଗତ 2014ରେ ମଧ୍ୟ ମୁଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲି । ସେ ସମୟରେ ମୁଁ ପୁରା ନୂଆଁ ଥିଲି । ମାତ୍ର 15 ଦିନ ନିର୍ବାଚନୀ ପ୍ରଚାର କରିଥିଲି । ଆଉ ଏତିକିରେ ମଧ୍ୟ ମତେ 4 ଲକ୍ଷ ଭୋଟ ମିଳିଥିଲା । ଆଉ ଏଥର ମୁଁ ଲୋକଙ୍କ ସାଥୀରେ ଅଛି । କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଲୋକଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ, ପୂରଣ କରିନାହାଁନ୍ତି । ଏଥର ଜନତା ତାର ଜବାବ ଦେବେ ବୋଲି କହିଛନ୍ତି ଧରଣୀ ।