ଓଡିଶା

odisha

ETV Bharat / state

ପଦ୍ମ ପୋଖରୀରେ ପ୍ରତ୍ୟୁଷା

ଦଳ ଅବହେଳା ପ୍ରସଙ୍ଗ ସହ ଟିକେଟ ପ୍ରସଙ୍ଗକୁ ନେଇ ଚାଲିଛି ଦଳ ଡିଆଁ ପର୍ବ । ତେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଆଜି ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

By

Published : Mar 23, 2019, 3:09 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ନିର୍ବାଚନକୁ ଆଉ ଦିନ କେତୋଟି ବାକି ଥିବା ବେଳେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦଳ ଅବହେଳା ପ୍ରସଙ୍ଗ ସହ ଟିକେଟ ପ୍ରସଙ୍ଗକୁ ନେଇ ଚାଲିଛି ଦଳ ଡିଆଁ ପର୍ବ । ତେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଆଜି ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କ ସମେତ ଅନେକ ବରିଷ୍ଠ କର୍ମୀ ଉପସ୍ଥିତ ରହିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ବିଜେପିରେ ଯୋଗଦାନ ପରେ ପ୍ରତ୍ୟୁଷା ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବିଜେଡିରୁ ଟିକେଟ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତ୍ୟୁଷା । ଗତ 20ରେ ବିଜେଡିକୁ ବାଏ ବାଏ କହିବା ପରେ ଅନେକ ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସିଥିଲା । କଂଗ୍ରେସ ଯୋଗଦାନ କରିବା ନେଇ କିଛି ସଙ୍କେତ ଦେଇଥିଲେ ମଧ୍ୟ ଆଜି ପଦ୍ମ ଧରିଛନ୍ତି ପ୍ରତ୍ୟୁଷା । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ସର୍ବଦା ନୟାଗଡବାସୀଙ୍କ ସହ ଅଛନ୍ତି । ଦଳରେ ଯୋଗଦାନ ଦେଇଛି ଦଳ ଯାହା କାର୍ଯ୍ୟ ଦେବ ତାହା ସଠିକ ଭାବେ ତୁଲାଇବି ।

ତେବେ ବିଜେଡିରୁ ଟିକେଟ ନମିଳିବା ନେଇ ଗଣମାଧ୍ୟମଙ୍କ ପ୍ରଶ୍ନରେ କିଛି ଠୋସ ଉତ୍ତର ରଖିନଥିଲେ ପ୍ରତ୍ୟୁଷା।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details