ଓଡିଶା

odisha

ETV Bharat / state

ଜଗତସିଂହପୁରରୁ କନ୍ଧମାଳ, ଜାଣନ୍ତୁ କେମିତି ଥିଲା ଅଚ୍ୟୁତଙ୍କ ଯାତ୍ରା - ଅଚ୍ୟୁତ ସାମନ୍ତ

ଜଗତସିଂହପୁରର କଲରାବାଙ୍କରୁ କନ୍ଧମାଳ ପହଞ୍ଚିବାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର ବୋଲି କହିବା ସହ ଇଟିଭି ଭାରତ ସହ ନିଜର ଅନୁଭୂତି ବଖାଣିଛନ୍ତି ଅଚ୍ୟୁତ ସାମନ୍ତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 25, 2019, 6:39 AM IST

ଭୁବନେଶ୍ବର: ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଜଡିତ ଥିବା ଅଚ୍ୟୁତ ସାମନ୍ତ ଚଳିତ ସାଧାରଣ ନିର୍ବାଚନରେ ହାସଲ କରିଛନ୍ତି ବିପୁଳ ବିଜୟ । ଯାହାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଜଗତସିଂହପୁରର କଲରାବାଙ୍କରୁ କନ୍ଧମାଳ ପହଞ୍ଚିବାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର ବୋଲି କହିବା ସହ ଇଟିଭି ଭାରତ ସହ ବଖାଣିଛନ୍ତି ନିଜର ଅନୁଭୂତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶୁକ୍ରବାର କିସ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପ୍ରଥମେ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଣେ ସାଧାରଣ ଲୋକ ହିସାବରେ ସବୁବେଳେ ଲୋକମାନଙ୍କ ପାଇଁ କାମ କରି ଆସୁଥିଲି । ବିଜୁ ଜନତା ଦଳରେ ମିଶିବା ପରେ ତାଙ୍କୁ ଗତ ବର୍ଷ ରାଜ୍ୟସଭାକୁ ନିର୍ବାଚିତ କରାଯାଇଥିଲା । ପରେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତାଙ୍କୁ କନ୍ଧମାଳର ନେତୃତ୍ବ ନେବାକୁ ପଠାଇଥିଲେ ।

ତେବେ ଏହି ବିଜୟ ସହ ସେ ସେଠାକର ଲୋକମାନଙ୍କ ଜୀବନଚର୍ଯ୍ୟାରେ କିପରି ପରିବର୍ତ୍ତନ ସହିତ ବିକାଶ ଆସିପାରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଥିବା କହିଛନ୍ତି । ଏଥିସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି କି କନ୍ଧମାଳବାସୀଙ୍କ ମୁଖ୍ୟ ଦାବି ରହିଆସିଥିବା ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ପାଇଁ ବିଶେଷ ଭାବେ ସେ ଧ୍ୟାନ ଦେବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details