ଓଡିଶା

odisha

ETV Bharat / state

ଆଜି ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ; ଫୋକସରେ ନିଶା ନିବାରଣ କେନ୍ଦ୍ରର ଭୂମିକା - illicit trafficking

ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ନିଶା କାରବାର ପ୍ରତିରୋଧ ଦିବସ ଅବସରରେ ଆୟୋଜିତ ହୋଇଯାଇଛି ଏକ କାର୍ଯ୍ୟକ୍ରମ । ନିଶା ନିବାରଣକୁ ନଜରରେ ରଖି ରାଜ୍ୟର 39ଟି ସ୍ଥାନରେ ଆରମ୍ଭ ହୋଇଛି ସମନ୍ବିତ ନିଶା ନିବାରଣ କେନ୍ଦ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 26, 2019, 7:27 PM IST

ଭୁବନେଶ୍ବର: ଆଜି ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ନିଶା କାରବାର ପ୍ରତିରୋଧ ଦିବସ । ଦିନକୁ ଦିନ ରାଜ୍ୟ ତଥା ଦେଶରେ ନିଶାଦ୍ରବ୍ୟ ସେବନର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯଦ୍ବାରା ନିଶା ଦ୍ରବ୍ୟର ଅବୈଧ ଚାଲାଣ ସାଙ୍ଗକୁ ବିଭିନ୍ନ ପ୍ରକାର ଅସମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୟସ୍କ ଲୋକମାନଙ୍କ ସହ ଶିଶୁ ଓ ଯୁବପିଢି ନିଶାର ଶିକାର ହେବା ଯୋଗୁଁ ସେମାନଙ୍କ ପରିବାର ତଥା ଧନଜୀବନ ନଷ୍ଟ କରିବାରେ ସହାୟକ ହୋଇଥାଏ । ଯାହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ନିଶା ନିରାକରଣ ଦିବସ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ନିଶା ନିବାରଣ ଦିଗରେ କାଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ତେବେ ଅବୈଧ ନିଶା କାରବାର ପ୍ରତିରୋଧ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଅନେକ ସମୟରେ ନିଶା ନିବାରଣ ପରେ ସେମାନଙ୍କ ଥଇଥାନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ନିଶା ଛାଡୁଥିବା ଲୋକମାନେ ପୁଣି ନିଶା ପ୍ରତି ଆସକ୍ତ ହୋଇ ପଡୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର 39 ଟି ସ୍ଥାନରେ ସମନ୍ବିତ ନିଶା ନିବାରଣ କେନ୍ଦ୍ର ଖୋଲା ଯାଇ ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରାଯାଉଥିବା ଜଣାପଡିଛି ।

ତେବେ 29 ଟି ଜିଲ୍ଲାରେ ସମନ୍ବିତ ନିଶା ନିବାରଣ କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଖୋର୍ଦ୍ଧାର ଜଟଣୀ ଠାରେ ପ୍ରଥମ ସେଣ୍ଟରର କାର୍ଯ୍ୟ ଚାଲୁଥିବା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା କହିଛନ୍ତି । ଆଜିର ଏହି ଉତ୍ସବରେ ବିଭାଗୀୟ ଶାସନ ସଚିବ ନିତିନ ଚନ୍ଦ୍ର, ଅବକାର ବିଭାଗ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ପୋଲିସ ଉପ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ଏହାର ନିରାକରଣ ଉପରେ ମତ ଦେଇଛନ୍ତି । ଏହାଛଡା ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ବିଭାଗ ତରଫରୁ ସମ୍ମାନିତ ମଧ୍ୟ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details