ଓଡିଶା

odisha

ETV Bharat / state

ନିର୍ବାଚନ ନେଇ ଆଶ୍ରମରେ ମଦ ବେପାର, 80 ଲିଟର ନକଲି ମଦ ଜବତ - ନିର୍ବାଚନ

ଆଧ୍ୟାତ୍ମିକ ଟ୍ରଷ୍ଟ ନାଁରେ ବେଆଇନ ମଦ କାରବାର । ନିର୍ବାଚନକୁ ଆଖି ଆଗରେ ରଖି ରାଜଧାନୀରେ ମଦ ବେପାର ଆରମ୍ଭ କରିଥିଲେ କିଛି ଅସାଧୁ ବ୍ୟବସାୟୀ । ଯାହାର ସୁରାକ ପାଇ ଚଢାଉ କରିଥିଲା ଅବକାରି ଗୁଇନ୍ଦା ବିଭାଗର ୟୁନିଟ ୨ ଟିମ । ଚଢାଉରେ ୨୦ଲିଟର ରେକ୍ଟିଫାୟଡ ସ୍ପିରିଟ ସହ ୮୦ ଲିଟର ନକଲି ମଦ ଜବତ କରିଛି ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 26, 2019, 11:51 PM IST

ଭୁବନେଶ୍ବର: ଆଧ୍ୟାତ୍ମିକ ଟ୍ରଷ୍ଟ ନାଁରେ ବେଆଇନ ମଦ କାରବାର । ନିର୍ବାଚନକୁ ଆଖି ଆଗରେ ରଖି ରାଜଧାନୀରେ ମଦ ବେପାର ଆରମ୍ଭ କରିଥିଲେ କିଛି ଅସାଧୁ ବ୍ୟବସାୟୀ । ଖଣ୍ଡଗିରି ଥାନା ଅନ୍ତର୍ଗତ ବିଶ୍ବଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମରେ ଚାଲିଥିଲା ଏଭଳି କିଛି ବେଆଇନ କାରବାର । ଯାହାର ସୁରାକ ପାଇ ଚଢାଉ କରିଥିଲା ଅବକାରି ଗୁଇନ୍ଦା ବିଭାଗର ୟୁନିଟ ୨ ଟିମ । ଚଢାଉରେ ୨୦ଲିଟର ରେକ୍ଟିଫାୟଡ ସ୍ପିରିଟ ସହ ୮୦ ଲିଟର ନକଲି ମଦ ଜବତ କରିଛି ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ମଦ ପ୍ରସ୍ତୁତ ମେସିନ ଓ ବିପୁଳ ପରିମାଣର ମଦ କାଚ ବୋତଲ ସହ ଠିପି ଜବତ କରିଛି ଟିମ । ଏହି ଘଟଣାରେ ବିହାରର ତିନି ଜଣ ଅଭିଯୁକ୍ତ ରାମବାଳୀ ଯାଦବ, ସୁଗ୍ରୀବ ଯାଦବ, ସ୍ବାଧୀନ ସୁନ୍ଦରାୟକୁ ଗିରଫ କରିଛି ଅବକାରୀ ଟିମ । ତେବେ ଅବକାରୀ ଇନସ୍ପେକ୍ଟର ଜଗଦୀଶ ସାମଲଙ୍କ ସୂଚନା ଅନୁଯାୟୀ ନିର୍ବାଚନରେ ମଦର ଆବଶ୍ୟକତାକୁ ନେଇ ଅଭିଯୁକ୍ତମାନେ ବିହାରରୁ ମେସିନ ଓ ର ମ୍ୟାଟେରିଆଲ ଆଣି ବେପାର ଆରମ୍ଭ କରିଥିଲେ ।

ଏଥିପାଇଁ ପୋଲିସ ଭୟରୁ ବର୍ତ୍ତିବା ପାଇଁ ଆଶ୍ରମକୁ ସୁରକ୍ଷିତ ଜାଗା ଭାବି ବାଛି ନେଇଥିଲେ ଅଭିଯୁକ୍ତମାନେ । ସହରର ମଦ ଦୋକାନ ଉପରେ ବର୍ତ୍ତମାନ ଅବକାରୀ ବିଭାଗର ନଜର ରହୁଥିବାରୁ ମାର୍କେଟରୁ ଅର୍ଡର ରଖି ଅଳ୍ପ ପରିମାଣର ମଦରେ ସ୍ପିରିଟ ମିଶାଇ ଅଧିକ ପରିମାଣର ମଦ ପ୍ରସ୍ତୁତ କରୁଥିଲେ ଅଭିଯୁକ୍ତ । ଏହାପରେ ଏହି ମଦକୁ ଲୋକାଲ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ।

ଅଭିଯୁକ୍ତମାନେ ଏଭଳି ଅନେକ ଅର୍ଡର ଡେଲିଭରି କରିଥିବା ସୂଚନା ଜଣାପଡିଛି । ଏସବୁକୁ ଦୃଷ୍ଟିରେ ରଖି ଚଢାଉ ଜୋରଦାର ହେବ ବୋଲି କହିଛନ୍ତି ଅବକାରୀ ଇନସ୍ପେକ୍ଟର । ସେପଟେ ଆଶ୍ରମ ଭିତରେ ମଦ କାରବାର ନେଇ ଆଶ୍ରମ ମୁଖ୍ୟ ଛୋଟୁ ବାବା ଓରଫ୍‌ ବିଚିତ୍ରାନନ୍ଦ ଦାଶ ସରସ୍ବତୀ ମହାରାଜଙ୍କ ଭୂମିକା ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି ।

ନିଜର କିଛି ବିହାରୀ ଓ ବଙ୍ଗାଳୀ ଭଣ୍ଡ ଶ୍ରଦ୍ଧାଳୁଙ୍କୁ ନେଇ ବାବାଙ୍କ ତଥାକଥିତ ଆଶ୍ରମରେ ନକଲି ମଦ କାରବାର ଚାଲିଥିବା ସ୍ଥାନୀୟ ସୁତ୍ରରୁ ଜଣାପଡିଛି । ତେଣେ ଏସବୁ ସ୍ଥାନୀୟ ପୋଲିସ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଲୋକେ କହିଛନ୍ତି । ତେବେ ଅବକାରୀ ୟୁନିଟ ୨ ଗତ ମାସେ ମଧ୍ୟରେ କଟକ, ଭଦ୍ରକ ଓ ଭୁବନେଶ୍ବରରେ ୧୫ରୁ ଊର୍ଦ୍ଧ୍ବ ସ୍ଥାନରେ ଚଢାଉ କରି ୫୦୦ଗ୍ରାମ ବ୍ରାଉନସୁଗାର, ୨ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ, ୨୫୦୦ ଆଇଡି ଲିକର ଓ ୩ଟି କାର ଜବତ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details