ଓଡିଶା

odisha

ETV Bharat / state

ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି, 3ଟା ଯାଏଁ ଗୃହ ମୁଲତବୀ - BJP

ବିଧାନସଭାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ । ସ୍ବାଭାବିକ ହେଉନି ଗୃହ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ବିରୋଧୀ । ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

By

Published : Jul 15, 2019, 1:10 PM IST

ଭୁବନେଶ୍ବର: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି । ହେଲେ ରାଷ୍ଟ୍ର ଗୃହମନ୍ତ୍ରୀ ହିସାବରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବିବୃତି ରଖିବାକୁ କହିଥିଲେ ବାଚସ୍ପତି । ଏଥିରେ ବୁଝିନଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ହଟ୍ଟଗୋଳ ଯୋଗୁଁ ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଉଭୟ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଅଭିଯୋଗ, ପୁରୀରେ ରଥଯାତ୍ରା ପାଇଁ ବିପୁଳ ପୋଲିସ ମୁତୟନ ହୋଇଛନ୍ତି । ହେଲେ ଏହା ସତ୍ବେ ଦିନ ଦ୍ବିପହରରେ 3 ଜଣଙ୍କୁ ହତ୍ୟା କରାଯାଇଛି । ଏହା ପୋଲିସ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ । ତେଣୁ ରାଷ୍ଟ୍ରଗୃହ ମନ୍ତ୍ରୀ ନୁହେଁ, ବରଂ ଗୃହ ବିଭାଗକୁ ନିଜ ଅଧିନରେ ରଖିଥିବା କାରଣରୁ ମୁଖ୍ୟମନ୍ତ୍ରୀ ହିଁ ବିବୃତି ରଖିବାକୁ ଜିଦ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ପ୍ରଶ୍ନକାଳ ବାତିଲ କରି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଦୁଇଟି ପର୍ଯ୍ୟାୟରେ 11.30 ପର୍ଯ୍ୟନ୍ତ ପ୍ରଥମେ ବାତିଲ କରିଥିଲେ ।


ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details