ଓଡିଶା

odisha

ETV Bharat / state

26 ପର୍ଯ୍ୟନ୍ତ ରାଜ୍ୟରେ ବଢିବ ତାତି

ଆଗକୁ ଆହୁରି ବଢିବ ତାତି । ପାରା 40 ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ଦେଇଛି ସୂଚନା । ଏଥିସହ ଶୁକ୍ରବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ସୂଚନା ରହିଛି ।

By

Published : Mar 24, 2019, 9:07 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବନି ମୁକ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହ ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କେନ୍ଦ୍ରାପଡାରେ ସର୍ବାଧିକ 29.0 ମିଲିମିଟର ବର୍ଷା ହୋଇ ଥିବାବେଳେ ସମ୍ବଲପୁରର ହୀରାକୁଦରେ ସର୍ବନିମ୍ନ 0.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ଵରରେ 0.5 ମିଲିମିଟର, କେନ୍ଦୁଝରରେ 0.6 ମିଲିମିଟର, ଭଦ୍ରକ ଚାନ୍ଦବାଲିରେ 8.7 ମିଲିମିଟର, ମୟୂରଭଞ୍ଜରେ 9.0 ମିଲିମିଟର, ସହ କଟକରେ 0.7 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details