ଭୁବନେଶ୍ବର: କେବେ ଓଡିଶା ଫେରିବେ ଜଗା-ବଳିଆ ? ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଦୁଇ ଭାଇ ଖୁବଶୀଘ୍ର ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ଚର୍ଚ୍ଚା ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଜଗା-ବଳିଆ ଫେରିବା ନେଇ ଦିଲ୍ଲୀ ଏମ୍ସ ହିଁ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
‘ଜଗା-ବଳିଆଙ୍କ ଫେରିବା ନିଷ୍ପତ୍ତି ଏମ୍ସ ନେବ’ - Jaga Balia
କେବେ ଓଡିଶା ଆସିବେ ଜଗା-ବଳିଆ ? ଦିଲ୍ଲୀ ଏମ୍ସ ହିଁ ଏନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ସ୍ବାସ୍ଥ୍ଯମନ୍ତ୍ରୀଙ୍କ କହିବା କଥା ହେଲା, ଜଗା ବଳିଆଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ଏମ୍ସ ହିଁ ନେବ । ଏମ୍ସ ଯାହା କହିବ, ସେହି ହିସାବରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ତେବେ ଜଗା-ବଳିଆ ଭୁବନେଶ୍ବର ଆସିଲେ, ତାଙ୍କ ସହ ଏମ୍ସର ଏକ ଡାକ୍ତରୀ ଦଳ ମଧ୍ୟ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ହେଲେ ପ୍ରତ୍ୟାବର୍ତ୍ତନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନଥିବା ସେ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଯୋଡା ମୁଣ୍ଡିଆ ଦୁଇ ଭାଇ ଜଗା-ବଳିଆଙ୍କ ଅପରେସନ ହୋଇ ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏକ୍ସରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ