ଓଡିଶା

odisha

ETV Bharat / state

ବଢୁଛି 'ମୋ ସାଇକେଲ'ର କ୍ରେଜ - ଭୁବନେଶ୍ବର

ରାଜଧାନୀରେ ବଢୁଛି 'ମୋ ସାଇକେଲ'ର ଚାହିଦା। ଗତ ନଭେମ୍ବର ମାସ ୨୧ ତାରିଖରେ 'ମୋ ସାଇକେଲ' ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଆରମ୍ଭ ହେବା ଦିନଠାରୁ ମୋ ସାଇକେଲ ପ୍ରତି ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 1, 2019, 12:50 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି 'ମୋ ସାଇକେଲ'ର ଚାହିଦା। ସକାଳୁ ସଞ୍ଜ ରାଜଧାନୀରେ ଗଡୁଛି 'ମୋ ସାଇକେଲ'। ଯାହାର ମଜା ଉଠାଉଛନ୍ତି ରାଜଧାନୀ ବାସିନ୍ଦା । 3ମାସ ମଧ୍ୟରେ 2 ଲକ୍ଷରୁ ଊର୍ଦ୍ଧ୍ୱଲୋକେ ମୋ ସାଇକେଲ ଚଲାଇ ସାରିଲେଣି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛି କମ୍ପାନୀ ।

ଗତ ନଭେମ୍ବର ମାସ ୨୧ ତାରିଖରେ 'ମୋ ସାଇକେଲ' ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଆରମ୍ଭ ହେବା ଦିନଠାରୁ ମୋ ସାଇକେଲ ପ୍ରତି ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏଥିରେ ୩ଟି କମ୍ପାନୀର ସାଇକେଲ ବ୍ୟବହାର କରାଯାଉଛି । ଯାହାକି ହେକ୍ସି, ୟୁଲୁ ଓ ୟାନା । ହେଲେ ସଚେତନତା ଅଭାବରୁ ସାଇକେଲ ଭାଙ୍ଗିବା ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଇକେଲ ନିର୍ମାତାଙ୍କ ମନରେ ଭୟ ରହୁଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

ତେବେ 3ଟି କମ୍ପାନୀ ମଧ୍ୟରୁ ହେକ୍ସି ସାଇକେଲର ବେଶୀ କ୍ରେଜ ରହିଛି । 3 ମାସ ମଧ୍ୟରେ ହେକ୍ସି ସାଇକେଲ 1ଲକ୍ଷ ବ୍ୟବହାର କରାଯାଇଥିବା ବେଳେ ୟୁଲୁ ୭୦ହଜାର ଓ ୟାନା ୩୦ହଜାର ବ୍ୟବହାର କରିଛନ୍ତି ଲୋକେ।


ପ୍ରକାଶ ଯେ, ହକି ବିଶ୍ଵ କପ୍ ପୂର୍ବରୁ ରାଜଧାନୀରେ 'ମୋ ସାଇକେଲ'ର ଶୁଭାରମ୍ଭ ହୋଇଥିଲା । ଯାହାକୁ ନେଇ ଭୁବନେଶ୍ୱରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିକ୍ଷିତ ହୋଇଥିଲା। ବର୍ତ୍ତମାନ ମଧ୍ୟ ମୋ ସାଇକେଲର କ୍ରେଜ ଦେଖିବାକୁ ମିଳୁଛି।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details