ଓଡିଶା

odisha

ETV Bharat / state

ରାଜ୍ୟରେ ଗଢିଉଠିବ ଆହୁରି 5 ସ୍ମାର୍ଟସିଟି, କଟକ-ଭୁବନେଶ୍ବରକୁ ଯୋଡିବ ମେଟ୍ରୋ - bbsr

ଷୋଡଶ ବିଧାନସଭାକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ। ଏହି ଅବସରରେ ସେ ରାଜ୍ୟରେ ଆହୁରି 5 ସ୍ମାର୍ଟସିଟିର ପ୍ରତିଷ୍ଠା ଏବଂ କଟକ-ଭୁବନେଶ୍ବର ମଧ୍ୟରେ ମେଟ୍ରୋ ସେବା ଆରମ୍ଭ ହେବା ନେଇ ଜଣାଇଛନ୍ତି।

ଫାଇଲ ଫଟୋ

By

Published : Jun 25, 2019, 1:43 PM IST

Updated : Jun 25, 2019, 3:35 PM IST

ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭରୁ ହୋଇଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେସନ। ଏହି ଅବସରରେ ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅନର ଦିଆଯାଇଥିଲା। ପରେ ଗୃହକୁ ସମ୍ବୋଧିତ କରିଥିଲେ ରାଜ୍ୟପାଳ। ଚଳିତ ବିଧାନସଭା ଅଧିବେସନକୁ ସମ୍ବୋଧିତ କରି ଦେଶ ପାଇଁ ଶହୀଦ ହୋଇଥିବା ଯବାନ ଏବଂ ଦିବଂଗତ ଜନପ୍ରତିନିଧିଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସେ ।

ରାଜ୍ୟପାଳ ତାଙ୍କ ଭାଷଣରେ ସରକାରଙ୍କ ସଫଳତା ଓ ଯୋଜନା ସମ୍ପର୍କରରେ ବିସ୍ତୃତ ଭାବେ ଉପସ୍ଥାପନ କରିଛନ୍ତି। ଅଭିଭାଷଣରେ ସେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ପ୍ରତିଟି କ୍ଷେତ୍ର ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଆସନ୍ତା 28 ତାରିଖରେ 2019-20 ଆର୍ଥିକ ବର୍ଷର ବଜେଟ ବିଧାନସଭାରେ ଉପସ୍ଥାପିତ ହେବ ।

ନିଜର ଅଭିଭାଷଣରେ ରାଜ୍ୟପାଳ ସାମୁଦ୍ରିକ ଝଡ "ଫନି" ମୁକାବିଲା କରିବାରେ ସକ୍ଷମ ହୋଇଥିବା ନେଇ ଦର୍ଶାଇଛନ୍ତି। ବାତ୍ୟା ସମୟରେ ପ୍ରାୟ 14 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଯାହା ଏକ ରେକର୍ଡ ସୃଷ୍ଟି କରିଛି। ଏନେଇ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ତେବେ ଆଗାମୀ ଦିନରେ କଟକରୁ ଭୁନବନେଶ୍ବର ମଧ୍ୟରେ ମେଟ୍ରୋ ସଂଯୋଗ ହେବା ନେଇ ସେ ସୂଚନା ଦେଇଛନ୍ତି।

ଏଥିସହ କୃଷିର ଉନ୍ନତି ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧାରେ କୃଷି ଋଣ ଦିଆଯିବ। ଜମିକୁ ଜଳସେଚନ ପାଇଁ 50 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ 5000 କୋଟି ଟଙ୍କାର କାମ ଦିଆଯିବ। ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବିଭାଗ ସମେତ ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ଓ ରାଜ୍ୟ ସ୍ତରୀୟ ମିଶନ ଶକ୍ତି ଭବନ ନିର୍ମାଣ କରାଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର-


ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମହିଳାଙ୍କୁ 7 ବଦଳରେ 10 ଲକ୍ଷ ଟଙ୍କାର ସହୟତା ଦିଆଯିବ। ସବୁ ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ ଓ ବିଶ୍ୱବିଦ୍ୟାଳୟରେ ୱାଇଫାଇର ସୁବିଧା ହେବ। ଉଚ୍ଚ ବିଦ୍ୟାଳୟର ଆଇଟି ଲ୍ୟାବ୍ ରହିବ। ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ କଲ୍ୟାଣ ବୋର୍ଡ ଗଠନ କରାଯିବ। ପୂଜକ, ନାପିତ ଓ ରଜକଙ୍କ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ।

ରାଜ୍ୟପାଳଙ୍କ ଅଭିଭାଷଣ ହାଇଲାଇଟ୍ସ,

  • ପ୍ରତି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ
  • ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ସ୍ବତନ୍ତ୍ର ବ୍ୟବସ୍ଥା
  • 5ଟି ମୁନିସପାଲଟି କର୍ପୋରେସନକୁ ସ୍ମାର୍ଟସିଟି, ସବୁ ବୈଷୟିକ ଅନୁଷ୍ଠାନରେ ୱାଇଫାଇ ବ୍ୟବସ୍ଥା
  • ମହିଳା ସ୍ବାସ୍ଥ୍ୟ ସହାୟତା 7ରୁ 10 ଲକ୍ଷକୁ ବୃଦ୍ଧି
  • କାଳିଆ ଯୋଜନା ଭୂମିହୀନ ଓ ଭାଗ ଚାଷୀଙ୍କୁ ସାମିଲ କରାଯିବ
  • କଟକ ଓ ଭୁବନେଶ୍ବରରରେ ମେଟ୍ରୋ ରେଳ ବ୍ୟବସ୍ଥା କରାଯିବ
  • କୃଷି ଓ କୃଷକ ସଶକ୍ତିକରଣ ମୁଳ ଲକ୍ଷ୍ୟ
  • ସୁନ୍ଦରଗଡରେ ହକିର ବିକାଶ ପାଇଁ ଆଷ୍ଟ୍ରୋର୍ଟଫ ତିଆରି ହୋଇଛି
  • ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସହାୟତା ରାଶି ବୃଦ୍ଧି
  • ବୃଦ୍ଧ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ବଢାଯାଇଛି
  • ବିଶ୍ବ ଐତିହାସିକ ସ୍ଥାନ ଭାବେ ପୁରୀ ପରିଚିତ ହେବ
  • ମିଶନ ଶକ୍ତି ମହିଳା ଗୋଷ୍ଠାକୁ 5 କୋଟିର କାମ ମିଳିବ
  • ଏମଏସଏମଇର ବିକାଶ ପାଇଁ ସ୍ବତନ୍ତ୍ର କରିଡର
  • ପ୍ରତିଶ୍ରୁତି ପାଳନ ପାଇଁ କରାଯାଉଛି ପ୍ରୟାସ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 25, 2019, 3:35 PM IST

ABOUT THE AUTHOR

...view details