ଓଡିଶା

odisha

ETV Bharat / state

ନବୀନଙ୍କୁ ଟାର୍ଗେଟ, ଶାହାଙ୍କୁ ଭୁରି ଭୁରି ପ୍ରଂଶସା କଲେ ଶିବରାଜ ସିଂ ଚୌହାନ

ନିମାପଡାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶାରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି।

By

Published : Mar 26, 2019, 6:29 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ନିମାପଡାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶାରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି। ତେବେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନବୀନ ସରକାର ଉପରେ ଜୋରଦାର ବର୍ଷିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ରାଜ୍ୟରେ ୧୯ ବର୍ଷର ସରକାରରେ ସାଧାରଣ ଲୋକେ ପିଇବା ପାଣି ପାଉନାହାଁନ୍ତି, କୁ-ପୋଷଣର ଶିକାର ହେଉଛନ୍ତି, ଚାଷୀ ଆତ୍ମହତ୍ୟା କରୁଥିବା ଅନେକ ସମସ୍ୟା ଏଠାରେ ରହିଛି। ଦେଶରେ ବିଜେପି ସରକାର ଯେଉଁ ରାଜ୍ୟରେ ଅଛି, ସେଠି ବିକାଶ ବହୁଳ ମାତ୍ରାରେ ହେଉଛି। ତେଣୁ ଓଡ଼ିଶାରେ ସରକାର ବଦଳିବା ଦରକାର ବୋଲି କହିଛନ୍ତି ଚୌହାନ।

ଆଗାମୀ ନିର୍ବାଚନରେ ବିଜେପିକୁ ଲୋକେ ଗ୍ରହଣ କରନ୍ତୁ ଆଉ ଜିତାନ୍ତୁ ବୋଲି ସେ କହିଛନ୍ତି। ଦିଲ୍ଲୀରେ ବିଜେପିର ସରକାର ହେଉ ଓ ରାଜ୍ୟରେ ବି ବିଜେପିର ସରକାର ଗଠନ ହେଉ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ଅନ୍ୟପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଚୌହାନ। ସେ ଯାହା କୁହନ୍ତି ତାକୁ କାର୍ଯ୍ୟରେ କରି ଦେଖାନ୍ତି ବୋଲି ସେ କହିଛନ୍ତି। ସେ ଅତ୍ୟନ୍ତ ଚମତ୍କାରୀ ଅଧ୍ୟକ୍ଷ ଓ ସଂଗଠକ। ତ୍ରିପୁରାରେ ବିଜେପି ସରକାର ଗଢିବା କଥା କେହି ଭାବିନଥିଲେ, ଯାହା ଅମିତ ଶାହା କରି ଦେଖାଇଦେଲେ। ଓଡ଼ିଶାରେ ମିଶନ ୧୨୦ କାର୍ଯ୍ୟକାରୀ ହେବ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ସୂଚନାଥାଉ କି, ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମାପଡା ବ୍ଲକ ତୁଳସୀପୁର ଗ୍ରାମପଞ୍ଚାୟତରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଚୌହାନ। ସଭା ପରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details