ଓଡିଶା

odisha

ETV Bharat / state

ଆରମ୍ଭ ହେଲା ବିଧାନସଭା

ଆଜି ଠାରୁ ହୋଇଯାଇଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ। ଏହି ଅବସରରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ବିଧାନସଭାକୂୁ ସମ୍ବୋଧିତ କରିଥିଲେ ରାଜ୍ୟପାଳ।

By

Published : Jun 25, 2019, 11:39 AM IST

Updated : Jun 25, 2019, 12:21 PM IST

ଫାଇଲ ଫଟୋ

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ। ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ। ଚଳିତ ବିଧାନସଭାର ଅଧିବେସନକୁ ସମ୍ବୋଧିତ କରି ଦେଶ ପାଇଁ ଶହୀଦ ହୋଇଥିବା ଯବାନ ଏବଂ ଦିବଂଗତ ଜନପ୍ରତିନିଧିଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଷୋଡଶ ବିଧାନସଭାର ଆଜି ହେଉଛି ପ୍ରଥମ ଅଧିବେଶନର । ଆରମ୍ଭରୁ ଫୋକସରେ ଥିଲେ ରାଜ୍ୟପାଳ। ବଜେଟ ଅଧିବେସନ ଥିବା ଯୋଗୁଁ ରାଜ୍ୟ ସରକାରଙ୍କ ସଫଳତାର ଚିତ୍ର ଆଙ୍କିଛନ୍ତି ରାଜ୍ୟପାଳ। ପ୍ରଥମେ ରାଜ୍ୟପାଳଙ୍କୁ ବିଧାନସଭାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହାପରେ ରାଜ୍ୟପାଳ ଗୃହକୁ ପ୍ରବେଶ କରି ଅଭିଭାଷଣ ରଖିଥିଲେ। ସମସ୍ତ ସଭ୍ୟଙ୍କୁ ସ୍ୱାଗତ କରିବା ସହ ନିର୍ବାଚନରେ ବିଜୟ ପାଇଁ ଗୃହର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 25, 2019, 12:21 PM IST

ABOUT THE AUTHOR

...view details