ଭୁବନେଶ୍ବର: ଗୃହରେ ପ୍ରଶ୍ନ ପଚାରୁଥିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଉତ୍ତର ଦେଉଥିଲେ କା’ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ହେଲେ ଉତ୍ତର ମଝିରେ ପୁଣି ଅଝଟ ହେଲେ ସାଲୁଜା । ଯାହାକୁ ଦେଖି ଚିଡିଗଲେ କା’ ମନ୍ତ୍ରୀ । କହିଲେ, change your body language । ଏହା ଖେଳ ପଡିଆ ନୁହେଁ ।
ଆଜି ବିଧାନସଭାର ପ୍ରଶ୍ନକାଳରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ । ମୁହାଁମୁହିଁ ହୋଇଥିଲେ କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଲାଙ୍ଗୀରରେ ଜଳସେଚନର ବାସ୍ତବ ସ୍ଥିତି ଏବଂ ବିଧାନସଭାରେ କା’ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସାଲୁଜା । ଏପଟେ ଜଳ ସମ୍ପଦ ମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖୁଥିବା ମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଲୁଜାଙ୍କ ବଡି ଲାଙ୍ଗୁଏଜକୁ ନେଇ ବାଚସ୍ପତିଙ୍କ ପାଖରେ ଅପିଲ କରିଥିଲେ । ଏପରିକି ସାଲୁଜାଙ୍କୁ କହିଥିଲେ, ବିଧାନସଭା ଖେଳ ପଡ଼ିଆ ନୁହେଁ । ମୁଁ ଓଡ଼ିଆ ଛାତ୍ର । ଭଲ ଭାବେ ପାଠ ପଢ଼ିଛି । ଓଡ଼ିଆ ବୁଝୁଛି । ଆପଣ ଜଣେ ବରିଷ୍ଠ ବିଧାୟକ । ଧୈର୍ଯ୍ୟ ଧରନ୍ତୁ । କୁଲ ହୁଅନ୍ତୁ। ସବୁ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ରଖିବି ।