ଓଡିଶା

odisha

ETV Bharat / state

ଆଗକୁ ଭୋଟ: ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଛି ନାମାଙ୍କନ

2019 ନିର୍ବାଚନର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଯାଇଛି। ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

By

Published : Apr 3, 2019, 1:44 PM IST

ଫାଇଲ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୭୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୧୦୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୬ଗୋଟି ଲୋକସଭା ଆସନ ପାଇଁ ସର୍ବମୋଟ ୧୯ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସେହିପରି ଚତୁର୍ଥ ପର୍ଯ୍ୟୟ ନିର୍ବାଚନ ପାଇଁ ମଧ୍ୟ ଗତକାଲି ଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯାଇଛି । ବିଧାନସଭା ଆସନ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାବେଳେ ଯାଜପୁର ଲୋକସଭା ଆସନ ପାଇଁଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୩୪୭ ଗୋଟି ଜାମିନ ବିହୀନ ପରୱାନା ଲାଗୁ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ୩୬୭୫୮ ଜଣଙ୍କୁ ଅଟକ ରଖାଯାଇଛି। ୪୫୬୧ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୧୭୯ଟି ଅସ୍ତ୍ରଶସ୍ତ୍ର ଏବଂ ୨୬୪.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତକରାଯାଇଛି।


କାଲି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୮୫ ହଜାର ଲିଟରରୁ ଅଧିକ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୬୦ ଲକ୍ଷ ଟଙ୍କା ହେବ । ଫ୍ଲାଇଂ ସ୍କ୍ବାର୍ଡ ଏବଂ ପୋଲିସ୍‌ ଦ୍ବାରା ୯୫ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୧୮ ଲକ୍ଷ ୬୮ ହଜାର ୫୮୭ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍‌ ଭାବେ ଲାଗିଥିବା ୧ ଲକ୍ଷ ୭୩ ହଜାର ୮୯୦ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି। ରାଜ୍ୟ ସ୍ତରରେ ଖୋଲା ଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୫୧୭ଟି କଲ୍‌ କରାଯାଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଆସିଛି।

ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ୧୨୭୦୪ଟି ଅଭିଯୋଗ ଆସିଥିବା ବେଳେ ତାହାର ତ୍ବରିତ ସମାଧାନ କରାଯାଇଛି । ଏ ପର୍ଯ୍ୟନ୍ତ ଓଡ଼ିଶାରେ ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ୬୧୫ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥି ମଧ୍ୟରୁ ୫୪୧ଟି ଅଭିଯୋଗର ସମାଧାନ କରାଯାଇଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ

ABOUT THE AUTHOR

...view details