ଓଡିଶା

odisha

ETV Bharat / state

'ଫନି' ପ୍ରଭାବ: ବିଜୁଳି-ପାଣି ବିନା ହନ୍ତସନ୍ତ ରାଜଧାନୀବାସୀ - ବାତ୍ୟା

ପ୍ରଚଣ୍ଡ ତାଣ୍ଡବ ରଚି ରାଜ୍ୟରେ ବହୁ କ୍ଷତି ଘଟାଇଲା ବାତ୍ୟା 'ଫନି' । ଜଳାଭାବର କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ଆଖିରେ ଆଖିଏ ଲୁହ ନେଇ ନିଜର ଅସଜଡା ଘରକୁ ସଜାଡିବାରେ ଲାଗିଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 5, 2019, 11:45 AM IST

ଭୁବନେଶ୍ବର: ବାତ୍ୟା 'ଫନି'। ନାଁ ଶୁଣିଲେ ଆତଙ୍କିତ ହୋଇଯାଉଛି ମନ । 'ଫନି' ଯାଇଛି ସତ ହେଲେ, ଦେଇଯାଇଛି ଅପର୍ଯ୍ୟାପ୍ତ ଦୁଃଖ । ବାତ୍ୟାକୁ 2 ଦିନ ବିତିଗଲାଣି ହେଲେ ଏବେବି ସୁଧୁରିନି ଲୋକଙ୍କ ସ୍ଥିତି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସମେତ ଅନେକ ଗୁଡିଏ ଜିଲ୍ଲାକୁ ମଧ୍ୟ 'ଫନି' ତା କବଳରେ କବଳିତ କରିଛି । 1999 ମହାବାତ୍ୟାରେ ଅଧିକ ଜୀବନ ଯାଇଥିଲା ସତ କିନ୍ତୁ ଏଥର ଯେତିକି କ୍ଷୟକ୍ଷତି ହୋଇଛି ତାହା ଭରଣ କରିବା ଅତି କାଠିକର ପାଠ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ସବୁଜ ସନ୍ଦୁର ଭୁବନେଶ୍ବର ଏବେ ପାଲଟିଯାଇଛି ମରୂଭୂମି ସଦୃଶ । ସ୍ମାର୍ଟ ସିଟି ପୁରା ସ୍ମାସ ସିଟିରେ ପରିଣତ ହୋଇଯାଇଛି । ଆଲୋକ ମାଳାରେ ଝଲସୁଥିବା ସହର ଏବେ ପୁରା ଅନ୍ଧକାରମୟ ହୋଇଯାଇଛି । ଆଉ ସେହି ଅନ୍ଧାର ଭିତରେ ଦିନ କାଟୁଛନ୍ତି ରାଜଧାନୀବାସୀ । ପାଣି ପାଇଁ ହାହାକାର ପୁରା ସହର। ଅନ୍ୟ ପଟେ ଡିଜେଲ ଚାଳିତ କିଛି ଜେନେରଟର ଶବ୍ଦ ଶୁଭୁଛି ସାରା ସହରରେ ।

ଘଣ୍ଟା ପିଛା 1500 ରୁ 2000 ଟଙ୍କା ଦେଇ ଲୋକେ ନିଜ ନିଜ ଘରେ ପାଣି ରଖି ପିଉଛନ୍ତି । ଘରର ଏମିତି କୌଣସି ଆସବାବ ପତ୍ର ନାହିଁ ଯେଉଁଠି ଲୋକେ ପାଣିକୁ ସାଇତି ରଖୁନଥିବେ। ଦିନ ଥିଲା ପାଣିର ମହତ୍ବ ଯେଉଁ ସ୍ମାର୍ଟ ସିଟି ବାସି କେବେ ବୁଝି ପାରୁନଥିଲେ ସେମାନେ ଆଜି ବାଲ୍ଟି ଠାରୁ ଡବା ଆଦିରେ ପାଣିକୁ ସାଇତି ରଖୁଛନ୍ତି।

ଅନ୍ୟପଟେ ବିଜୁଳି କେବେ ଆସିବ ଆଉ ସ୍ଥିତି କେବେ ସ୍ୱାଭାବିକ ହେବ ତାହା କହିବା ମଧ୍ୟ କଷ୍ଟକର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details