ଓଡିଶା

odisha

ETV Bharat / state

ରିଲିଫ ଦାବିରେ ନବୀନ ନିବାସ ଘେରିଲେ ବାତ୍ୟା ବିପନ୍ନ - people

ରିଲିଫ ଦାବିରେ ନବୀନ ନିବାସ ଘେରାଉ କରି ନିଜର ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଜରିପଡା ପଞ୍ଚାୟତର ବହୁ ଗରିବ ପରିବାର ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

By

Published : May 15, 2019, 2:46 PM IST

ଭୁବନେଶ୍ୱର: ଫନି ଛଡାଇନେଲା ସବୁ ସଞ୍ଚୟ । ଗଲା 13 ଦିନ ହେଲାଣି ଭୋକ ଉପାସରେ ଖୋଲା ଆକାଶ ତଳେ କଟୁଛି ଜୀବନ । ଟଙ୍କା ଓ ଚାଉଳ ତ ଛାଡ ରିଲିଫ ବି ମିଳିନି । ବିଡିଓ ପାଖକୁ ଧାଇଁ ଧାଇଁ ଚପଲ ଘୋରି ହୋଇଗଲାଣି ହେଲେ କେହି ମଧ୍ୟ ଆମ ଦୁଃଖ ଶୁଣିବାକୁ ନାରାଜ । ହତାଶ ହୋଇ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଜରିପଡା ପଞ୍ଚାୟତର ବହୁ ଗରିବ ପରିବାର ନବୀନ ନିବାସ ଘେରାଉ କରି ନିଜର ଦାବି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଧନୀଠାରୁ ଆରମ୍ଭ କରି ଗରିବ ସମସ୍ତଙ୍କ ଖୁସିର ଫସର ଫଟେଇଦେଇଛି ଫନି । ହେଲେ ବାତ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ ଅଜବ ନିୟମ । ରାସନକାର୍ଡ ଥିଲେ ମିଳିବ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା । ତେବେ ଯାହାର ରାସନକାର୍ଡ ନାହିଁ । ସେମାନେ କଣ କ୍ଷତିଗ୍ରସ୍ତ ନୁହଁନ୍ତି? ସେମାନଙ୍କ ଘର ଭାଙ୍ଗିନାହିଁ କି? ତେବେ କାହିଁକି ମିଳୁନି ଟଙ୍କା କି ଖାଇବା ? ଏପରିକି ରିଲିଫ ସାମଗ୍ରୀ ମଧ୍ୟ ଏଯାଏଁ ମିଳିନି । ଆମେ ଚଳିବୁ କିପରି ? ଏପରି ବିଭିନ୍ନ ପ୍ରଶ୍ନ ନେଇ ଜରିପଡାର ବାସିନ୍ଦାମାନେ ନବୀନ ନିବାସ ଆଗରେ ଜବାବ ମାଗିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ସହାୟତା ପାଇଁ କଲେକ୍ଟର, ବିଡିଓ ଠାରୁ ପଞ୍ଚାୟତ ପିଇଓ ସମସ୍ତଙ୍କ ପାଖକୁ ଯାଇ ବି ଫଳ ଶୂନ୍ୟ । ରାସନକାର୍ଡଟିଏ ପାଇଁ ଭୁଲେଇ ଚାଲିଛନ୍ତି ଏହି ସବୁ ବଡ ବାବୁ । ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକୁ । ଏ ନେଇ ଦାବି କରି ଆନ୍ଦୋଳନକାରୀ ବହୁ ପାଟିତୁଣ୍ଡ ପରେ ଶେଷରେ ଉପସ୍ଥିତ ଅଧିକାରୀମାନେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସେମାନେ ଫେରିଯାଇଥିବା ସୂଚନା ମିଳିଛି।

ଭୁବନେଶ୍ବର ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details