ଓଡିଶା

odisha

ETV Bharat / state

ସମୟ ମାଗିଲେ ସମୀର

ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିବାରୁ ଏବେ ନିର୍ବାଚନ ବ୍ୟସ୍ତତା କାରଣ ହେତୁ ସେ ହାଜର ହୋଇପାରିବେ ନାହିଁ। ତେଣୁ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଉ ବୋଲି ସମୀରଙ୍କ ଓକିଲ ଅନୁରୋଧ କରିଛନ୍ତି ।

By

Published : Mar 25, 2019, 7:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ନକଲି ଗୁଇନ୍ଦା ଚିଠି ମାମଲାରେ ଛନ୍ଦି ହୋଇପଡିଥିବା ବିଜେପି ନେତା ସମୀର ମହାନ୍ତି ଥାନାରେ ହାଜର ହେବା ପାଇଁ ପୁଣି ସମୟ ମାଗିଛନ୍ତି । ବର୍ତ୍ତମାନ ନିର୍ବାଚନ ପାଇଁ ସେ ବ୍ୟସ୍ତତା ଅଛନ୍ତି, ତେଣୁ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବା ପାଇଁ ତାଙ୍କୁ ଆଉ କିଛିଦିନ ସମୟ ଦିଆଯାଉ ବୋଲି ସମୀର ତାଙ୍କ ଓକିଲଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଗୁଇନ୍ଦା ବିଭାଗର ଏକ ନକଲି ଚିଠିକୁ ନେଇ ଖାରବେଳ ନଗର ଥାନାରେ ୪୬୫,୪୬୮,୪୬୯,୪୭୧ ଦଫାରେ ମାମଲା ରୁଜୁ ହୋଇଥିଲା ।ଏହି ଘଟଣାର ତଦନ୍ତକାରୀ ଅଫିସର ଆଇପିସି ଧାରା 160 ବଳରେ ବିଜେପିର ତିନିଜଣ ନେତାଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି କରିଥିଲା । ନୋଟିସ ପାଇବା ପରେ ବିଜେପି ନେତା ସମୀର ମହାନ୍ତି ନିଜ ଓକିଲଙ୍କ ଜରିଆରେ ଉତ୍ତର ରଖିଥିଲେ । ପରେ ଆଉ ଦୁଇନେତା ମଧ୍ୟ ତଦନ୍ତକାରୀ ଅଫିସରଙ୍କ ସାମନାରେ ହାଜର ହୋଇଥିଲେ ।

କିନ୍ତୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିବାରୁ ଏବେ ନିର୍ବାଚନୀ ବ୍ୟସ୍ତତା କାରଣ ହେତୁ ସେ ହାଜର ହୋଇପାରିବେ ନାହିଁ। ତେଣୁନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଉ ବୋଲି ସମୀରଙ୍କ ଓକିଲ ଅନୁରୋଧ କରିଛନ୍ତି ।


ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details