ଓଡିଶା

odisha

ETV Bharat / state

‘ଇଟିଭି ଭାରତ’ର ମହାପ୍ରଭାବ: ବିଧାନସଭାରେ ପଲିଥିନ ବ୍ୟାନ ! - ଇଟିଭି ଭାରତ ମହାପ୍ରଭାବ

‘ଇଟିଭି ଭାରତ’ର ମହାପ୍ରଭାବ । ଶେଷରେ ଚେତିଲେ ସରକାର । ଗଣତନ୍ତ୍ରର ମନ୍ଦିର ପରିସରରେ ପାଳନ ହେଲା ଆଇନ । ପଲିଥିନ ନୁହେଁ କାର୍ଟୁନରେ ଆସିଲା ଖାଦ୍ୟ । ଜାଣନ୍ତୁ ପୂରା ଘଟଣା

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 19, 2019, 8:07 PM IST

Updated : Jul 19, 2019, 10:46 PM IST

ଭୁବନେଶ୍ୱର: ବିଧାନସଭା ପରିସରରେ ପଲିଥିନ ବ୍ୟାନକୁ ନେଇ ଶେଷରେ ଚେତିଲେ ସରକାର । ‘ଇଟିଭି ଭାରତ’ରେ ଏନେଇ ଗୁରୁବାର ଖବର ପ୍ରକାଶ ପାଇବା ପରେ ଆକ୍ସନ ମୁଡରେ ସରକାର ।ବଦଳିଲା ବିଧାନସଭା ପରିସରରେ ଖାଦ୍ୟ ପରଷା ଯିବାର ଦୃଶ୍ୟ । ପୂର୍ବରୁ ପଲିଥିନ ବ୍ୟାନ ସତ୍ତ୍ବେ ନେତା-ମନ୍ତ୍ରୀଙ୍କ ପାଇଁ ପଲିଥିନରେ ଆସୁଥିଲା ଖାଦ୍ୟ । ତେବେ ‘ଇଟିଭି ଭାରତ’ରେରେ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର କାର୍ଟୁନରେ ଆସିଛି ଖାଦ୍ୟ ପ୍ୟାକେଟ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଇନ ପ୍ରଣେତାଙ୍କ ଖୁଲମଖୁଲା ଆଇନ ଉଲ୍ଲଙ୍ଘନ । ଲୋକଙ୍କ ପାଇଁ ପଲିଥିନ ନୋ, ହେଲେ ମନ୍ତ୍ରୀଙ୍କ ପାଇଁ ହଁ । ସରକାର ଖୋଦ ପଲିଥିନ ବ୍ୟାନ କରିଥିବା ବେଳେ ଗଣତନ୍ତ୍ର ମନ୍ଦିର ପରିସରରେ ପାଳନ ହେଉନି ଆଇନ । ଏନେଇ ଆମେ ଗୁରୁବାର ଏକ ରିପୋର୍ଟ ପ୍ରକାଶ କରିଥିଲୁ ଏବଂ ଘଟଣା ନେଇ ମନ୍ତ୍ରୀଙ୍କୁ ପଚରାଯିବା ପରେ ସେ ପ୍ରତିକ୍ରିୟାରେ କହିଥିଲେ, ଏ ସମ୍ପର୍କରେ ଅଜ୍ଞ ଅଛୁ । ତେବେ ଶୁକ୍ରବାର କ୍ୟାଟେରିଂ ସଂସ୍ଥା କାର୍ଟୁନର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 19, 2019, 10:46 PM IST

ABOUT THE AUTHOR

...view details