ଭୁବନେଶ୍ବର: କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ନଦୀରେ ବୁଡି ଜଣେ ଇଂଜିନିୟରିଂ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ମହେନ୍ଦ୍ର ଖଟୁଆ ଓ ସେ କେନ୍ଦ୍ରାପଡାର ହୋଇଥିବା ଜଣାପଡିଛି । ସେ OEC କଲେଜର ଛାତ୍ର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରବିବାର ପ୍ରାୟ 2ଟା ସମୟରେ ରାଜଧାନୀ ଉପକଣ୍ଠ ବାଙ୍କୁଆଳସ୍ଥିତ କୁଆଖାଇ ଘାଟକୁ 4ଜଣ ଇଂଜିନିୟରିଂ ଛାତ୍ର ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ସେଥିମଧ୍ୟରୁ ଜଣେ ଛାତ୍ର ନଦୀରେ ବୁଡି ଯାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।