ଓଡିଶା

odisha

ETV Bharat / state

ପୁରୀକୁ ଛାଡି ସବୁଠି ସ୍ବାଭାବିକ ହେବ ବିଦ୍ୟୁତ ସେବା - ପୁରୀ

ପୁରୀ ସହରକୁ ବାଦ ଦେଇ ବାକି ସବୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ତା 12 ତାରିଖ ବିଜୁଳି ଯୋଗାଇ ଦିଆଯିବା ନେଇ ଜଣାଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା। ପ୍ରାୟ 90 ପ୍ରତିଶତ ଅଞ୍ଚଳକୁ ବିଜୁଳି ସଂଯୋଗ ଦିଆଯିବ।

By

Published : May 10, 2019, 2:26 PM IST

ଭୁବନେଶ୍ବର: ବତ୍ୟା ଫନି ପରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ବିଦ୍ୟୁତ ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରିରଖିଛନ୍ତି ।

ପୁରୀ ସହରକୁ ବାଦ ଦେଇ ବାକି ସବୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ତା 12 ତାରିଖ ବିଜୁଳି ଯୋଗାଇ ଦିଆଯିବା ନେଇ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି । ପ୍ରାୟ 90 ପ୍ରତିଶତ ଅଞ୍ଚଳକୁ ବିଜୁଳି ସଂଯୋଗ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଗତକାଲି ପର୍ଯ୍ୟନ୍ତ ଭୁବନେଶ୍ବରରେ ଯେତିକି ଅଞ୍ଚଳରେ ଯରୁରୀକାଳୀନଭିତ୍ତିରେ ଦିଆଯାଇ ପାରିଲା ତାହା ଅଣ୍ଡରଗ୍ରାଉଣ୍ଡ କେବୁଲିଂ ଯୋଗୁ ସମ୍ଭବ ହୋଇପାରିଥିବା ଶକ୍ତି ସଚିବ ପ୍ରତିକ୍ରିୟା ଦେଇଛନ୍ତି ।

କେରଳ ଓ କର୍ଣ୍ଣାଟକରୁ ଅଧିକ ବିଜୁଳି କର୍ମଚାରୀ ଆସି ପୁରୀ ସହରରେ ବିଜୁଳି ମରାମତି କାର୍ଯ୍ଯରେ ନିୟୋଜିତ ହେବେ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏଥି ସହିତ ବିଭିନ୍ନ କଲେଜର ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଜୁଳି ଏଥିରେ ଲଗାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details