ଓଡିଶା

odisha

ETV Bharat / state

ରାଜ୍ୟବାସୀଙ୍କ ମତାମତରେ ପ୍ରସ୍ତୁତ ହେବ ବିଜେଡିର ନିର୍ବାଚନୀ ଇସ୍ତାହାର - ଭୁବନେଶ୍ବର

ବିଜେପି ରାସ୍ତାରେ ବିଜେଡି । ଏନେଇ 'ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ' ନାମରେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 4, 2019, 9:09 PM IST

ଭୁବନେଶ୍ବର: ବିଜେପି ରାସ୍ତାରେ ବିଜେଡି । କିଛି ଦିନ ପୂର୍ବରୁ ବିଜେପି 'ମୋ ଘର ବିଜେପି' ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ସମାନ ରାସ୍ତାରେ ପାଦ ବଢାଇଛି ବିଜେଡି । ଏନେଇ 'ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ' ନାମରେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମାର୍ଚ୍ଚ 5, ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁବାବୁଙ୍କ 103ତମ ଜନ୍ମ ଜୟନ୍ତୀ ଥିବାରୁ ଏହି ଦିନ ଦଳର ସଭାପତି ନବୀନ ପଟ୍ଟନାୟକ ନୂଆ ଯୋଜନାର ଶୁଭାରମ୍ଭ କରିବେ । ଅଭିଯାନକୁ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ଘରେ ଘରେ ପହଞ୍ଚାଇବାର କାର୍ଯ୍ୟକ୍ରମ ରହିଛି । ଏହି ଯୋଜନାରେ ଲୋକମାନଙ୍କ ସମସ୍ୟାକୁ ତୃଣମୂଳ ସ୍ତରରେ ଆକଳନ କରି ଏହାର ସମାଧାନ କରିବା ସହ ସେମାନଙ୍କ ମତାମତ ଓ ପରାମର୍ଶ ଲୋଡିବେ କର୍ମକର୍ତ୍ତା ।

ତେବେ ସାଧାରଣ ନାଗରିକଙ୍କ ପ୍ରସ୍ତାବକୁ ଆଧାର କରି ବିଜେଡି 2019 ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ନେଇ ଜଣା ପଡିଛି । ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ସାଧାରଣ ସମ୍ପାଦକ ଅରୁଣ ସାହୁ । ତେବେ ସମସ୍ତ ମହିଳା କର୍ମୀ ଏକ ଫର୍ମକୁ ଘରେ ଘରେ ପହଞ୍ଚାଇବେ ପରେ ଏହାକୁ ସଂଗ୍ରହ କରି ଦଳର ସଭାପତିଙ୍କ ନିକଟକୁ ପଠାଇବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details