ଓଡିଶା

odisha

ETV Bharat / state

ନିର୍ବାଚନ 2019: ବିଜେପିରେ ମିଶିଲେ ଋଷଭ ନନ୍ଦ ଓ ମେନକା କିନ୍ନର - ଭୁବନେଶ୍ବର

ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଓଲଟା ଗଣନା । ଏନେଇ ବିଭିନ୍ନ ନେତାମାନଙ୍କର ଦଳ ଡିଆଁ ପର୍ବ ଚାଲିଥିବା ବେଳେ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 22, 2019, 4:25 AM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଓଲଟା ଗଣନା । ଏନେଇ ବିଭିନ୍ନ ନେତାମାନଙ୍କର ଦଳ ଡିଆଁ ପର୍ବ ଚାଲିଥିବା ବେଳେ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ । ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି, ଦଳ ପରିବର୍ତ୍ତନ ସେତିକି ଜୋର ଧରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏଭଳି ସ୍ଥିତିରେ ବୋଲଗଡ଼ ବେଗୁନିଆର ଯୁବନେତା ତଥା ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ ବଢିବାରେ ଲାଗିଛି ନିର୍ବାଚନୀ ତାତି । ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ସାମିଲ ହୋଇ ବୋଲଗଡ଼ ଯୁବ ନେତା ଋଷଭ ନନ୍ଦ ଓ ମେନକା କିନ୍ନରଙ୍କ ସହ ଶତାଧିକ କର୍ମୀ ଓ କିନ୍ନରମାନେ ବିଜେପିରେ ଯୋଗ ଦେଇଛନ୍ତି ।

ତେବେ ବିଜେପିରେ ଯୋଗଦାନ ପରେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ଋଷଭ କହିଛନ୍ତି । ଅନ୍ୟପଟେ ଦୀର୍ଘ ୨୩ ବର୍ଷ ହେବ ସ୍ବୟଂ ସେବକ ଭାବେ ଆରଏସ୍‌ଏସ୍‌ରେ କାର୍ଯ୍ୟ କରିବା ପରେ ଦେଶର ବିକାଶ ଓ ରାଷ୍ଟ୍ର ସୁରକ୍ଷା ପାଇଁ ବିଜେପିକୁ ଏକମାତ୍ର ଦଳ ଭାବେ ଯୋଗ ଦେଇଥିବା କହିଛନ୍ତି ଋଷଭ ।

ଏହାଛଡା ନିଜ ବ୍ୟକ୍ତିଗତ ଚିନ୍ତାଧାରାରେ ବିଜେପିରେ ଯୋଗ ଦେଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ତେଣେ ଟିକେଟ ପାଆନ୍ତୁ କି ନପାଆନ୍ତୁ, ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମାନିବା ପାଇଁ ଋଷଭ ମତ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ ସମାଜ ସେବାରେ ନିଜକୁ ନିୟୋଜିତ କରି ୩ ବର୍ଷ ତଳେ ଆମ ଆଦମୀ ପାର୍ଟିରେ ଋଷଭ କାର୍ଯ୍ୟ କରୁଥିଲେ । ଯେଉଁଥିରେ ରହି ସେ ବସ୍ତିଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସେବା କରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀଙ୍କର ସବ୍‌କା ସାଥ ସବ୍‌କା ବିକାଶରେ ଭାଗୀଦାର ହୋଇ କାମ କରିବା ତାଙ୍କ ଭାଗ୍ୟ ବୋଲି କହିଛନ୍ତି ସେ ।

ରାଜ୍ୟରେ ନବୀନ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଛି । ତେଣୁ ନୂଆ ସରକାର ଆସି ସମାଜ ସହ ସମଗ୍ର ରାଜ୍ୟକୁ ହସାଇବା ସହ ଲୋକଙ୍କ ସମସ୍ୟା ଦୂର କରିବାର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଗୁରୁବାର ୧୮ ଜଣ କିନ୍ନରଙ୍କ ସହ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି ମେନକା କିନ୍ନର ।

ଭୁବନେଶ୍ବରରୁ ସଞ୍ଜୀବ କୁ୍ମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details