ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ କମିଶନ(ଇସିଆଇ) ଟିମ୍ । ଏକାଧିକ ପ୍ରସଙ୍ଗକୁ ନେଇ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯେଉଁଥିରେ ବିରୋଧୀ ସରକାରୀ କଳର ଅପବ୍ୟବହାରକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟର ଶାସକ ଦଳ ବିଜେଡି ସୋସିଆଲ ମିଡିଆରେ ଚରିତ୍ର ସଂହାର ଉପରେ ରୋକ ଲଗାଇବା ପାଇଁ ପରାମର୍ଶ ଦେଇଛି । ରାଜ୍ୟ କଂଗ୍ରେସ ଟିମ୍ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଇସିଆଇଙ୍କୁ ଭେଟିଥିବା ବେଳେ ରାଜ୍ୟ ବିଜେପି ଟିମ୍ ଭୃଗୁ ବକ୍ସିପାତ୍ରଙ୍କୁ ନେତୃତ୍ବରେ ଭେଟିଛି । ସେହିପରି ଅମର ପଟ୍ଟନାୟକଙ୍କ ନେତୃତ୍ବରେ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜେଡି ।
ବିଜେଡିର ଦାବି
ନିର୍ବାଚନ ବେଳେ ସୋସିଆଲ ମିଡିଆରେ ପ୍ରତିପକ୍ଷକୁ ସମାଲୋଚନା କରିବା ପାଇଁ ଘୁରି ବୁଲୁଛି ଅନେକ ଭିଡିଓ ଏବଂ ଫେକ୍ ନ୍ୟୁଜ୍ । ଏହା ଉପରେ ରୋକ୍ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି ପ୍ରତିନିଧି ଦଳ । ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ହିଂସାକାଣ୍ଡ ଘଟଣା ଯେଉଁଭଳି ଆସନ୍ତା ନିର୍ବାଚନ ବେଳେ ପୁନରାବୃତି ନହୁଏ, ପେଟ୍ରୋଲ ପମ୍ପ ମାଧ୍ୟମରେ ଟଙ୍କା ବଣ୍ଟାଯାଉଥିବା ଭଳି ଅଭିଯୋଗ ଆଣିଛି ବିଜେପି । ଏଥିସହ ଷ୍ଟାର କ୍ୟାମ୍ପନରଙ୍କ ସହ ନନଷ୍ଟାର କ୍ୟାମ୍ପନରଙ୍କ ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକାରେ ଯୋଡିବା ପାଇଁ ଦାବି କରିଛି ବିଜେଡି ।