ଭୁବନେଶ୍ବର: ଟ୍ରାକରେ ନିଜ ଦୌଡ ପ୍ରତିଭା ନେଇ ଚର୍ଚ୍ଚାରେ ରହୁଥିବା ଦୂତି ଚାନ୍ଦ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତିନି ଦିନ ତଳେ ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ ଖୁଲାସା କରିବା ପରେ ଚାରିଆଡେ କେବଳ ଗୋଟିଏ ଚର୍ଚ୍ଚା, ‘ଓଡିଶା ଦୌଡରାଣୀଙ୍କ ସମଲିଙ୍ଗୀ ସମ୍ପର୍କ’ । ତେବେ ବିଭିନ୍ନ ତର୍କର ଜବାବ ଦେଇ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଦୂତି । ଦେଖନ୍ତୁ କ’ଣ ରହିଛି ଘଟଣାକୁ ନେଇ ଦୂତିଙ୍କ ପ୍ରତିକ୍ରିୟା :
ସମଲିଙ୍ଗୀ ସମ୍ପର୍କକୁ ନେଇ କିଛି ଦିନ ତଳେ ମୁହଁ ଖୋଲିଥିବା ଦୂତିଙ୍କୁ ଏବେ ହେବାକୁ ପଡିଛି ଅନେକ ସମାଲୋଚନାର ଶିକାର । ହେଲେ ଏସମସ୍ତ ସମାଲୋଚନାର ଅନ୍ତ କରିବାକୁ ଯାଇ ଇଟିଭି ସହ ସାକ୍ଷାତକାର ସମୟରେ ଆହୁରି ଅନେକ କଥାର ଖୁଲାସା କରିଛନ୍ତି ଦୂତି । ତାଙ୍କ କହିବା ଅନୁଯାୟୀ ସେ ଈର୍ଷାନ୍ବିତ ବଡ ଭଉଣୀ ସରସ୍ବତୀ ଚାନ୍ଦଙ୍କ ଦ୍ବାରା ମାନସିକ ଚାପର ଶିକାର ଅଛନ୍ତି । ବାରମ୍ବାର ତାଙ୍କର କଥାରେ ମାନସିକ ଚାପର ବଶବର୍ତ୍ତୀ ରହି ଶେଷରେ ନିଜ ସମ୍ପର୍କର ଖୁଲାସା କରିଥିଲେ ଦୂତି ।