ଓଡିଶା

odisha

ETV Bharat / state

କଲ ଡ୍ରପ ନେଇ ଡଟ୍‌ର ଯାଞ୍ଚ - ଭୁବନେଶ୍ବର

କଲ୍‌ ଡ୍ରପ ସମସ୍ୟାକୁ ନେଇ ଡଟ୍‌(ଡିପାର୍ଟମେଣ୍ଟ ଅଫ ଟେଲିକମୁନିକସନ୍) ଏସଟିଏଫ ସହାୟତାରେ ଭୁବନେଶ୍ବରର ବିଭିନ୍ନ କଲ୍ ସେଣ୍ଟରର ଯାଞ୍ଚ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 25, 2019, 12:11 PM IST

ଭୁବନେଶ୍ବର: ଦିନକୁ ଦିନ କଲ୍‌ ଡ୍ରପ ନେଇ ସମସ୍ୟାବୃଦ୍ଧି ପାଉଛି। ଯାହାକୁ ନେଇ ଡଟ(ଡିପାର୍ଟମେଣ୍ଟ ଅଫ ଟେଲିକମୁନିକସନ୍) ନିକଟରେ ଅଭିଯୋଗ ଆସୁଛି। ତେଣୁ ଏନେଇ ଏସଟିଏଫ ସହାୟତାରେ ଡଟ୍‌ ରାଜଧାନୀର ବିଭିନ୍ନ କଲ ସେଣ୍ଟରର ଯାଞ୍ଚ କରୁଛି ।

ସୂଚନାମୁତାବକ, ସିମ୍‌ ବକ୍ସ ବ୍ୟବହାର ଓ ଭିଓଆଇପି କଲ ଯୋଗୁଁ କଲ୍‌ ଡ୍ରପ ସମସ୍ୟାସୃଷ୍ଟି ହେଉଥିବା ଆଶଙ୍କା କରାଯାଉଛି । ତେଣୁ ମାର୍ଚ୍ଚ 2ୟ ସପ୍ତାହରେ ଭୁବନେଶ୍ବରର ବିଭିନ୍ନ କଲ୍ ସେଣ୍ଟରରଯାଞ୍ଚ କରାଯାଇଛି। ଏସଟିଏଫ ଓ ଡଟ୍‌ ମିଳିତ ଭାବେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ବିଶେଷ କରି ବିଭିନ୍ନକଲ ସେଣ୍ଟର ଲାଇସେନ୍ସ, କଲ ରେକର୍ଡ, ଫ୍ରିକୁଏନସି ମଡୁଲୋର ଯାଞ୍ଚ ହୋଇଛି। କାରଣ ଅନେକ ସମୟରେ ସିମ୍ ବକ୍ସ ବା ମଲଟିପୁଲ ସିମର ବ୍ୟବହାର କରି ଇଣ୍ଟରନାସନାଲ କଲକୁ ଲୋକାଲ୍‌ କଲ୍‌ରେ କନଭର୍ଟ କରାଯାଉଛି । ଯାହାଫଳରେ ପ୍ରମୋସନାଲ କଲ୍‌ ପରି ଅନେକ ଅଭିଯୋଗ ଡଟ ନିକଟରେ ଦାଖଲ ହେଉଛି।

ତେବେ ସିମ ବକ୍ସ ବା ଭିଓଆଇପି କଲ ଜରିଆରେ ଅନେକ ଅପରାଧ ସାଙ୍ଗକୁ ଠକେଇ ହେଉଥିବା ଅଭିଯୋଗ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details