ଭୁବନେଶ୍ବର: ସୁନାକୁ ସାଧାରଣତଃ ଦେବନାଗରୀ ଭାଷାରେ ସୁବର୍ଣ୍ଣ ଏବଂ ଇଂରାଜୀରେ (ଗୋଲ୍ଡ) କୁହାଯାଏ । ହେଲେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ । ସୁନାକୁଅ କଣ ? ଏହା ସତରେ କଣ ସୁନାରେ ତିଆରି କରାଯାଇଛି ନା ଏହା ଭିତରେ ସୁନା ଅଛି ।
ସୁନାକୂଅ ସୁବର୍ଣ୍ଣରେ ତିଆରି ହେବା କିମ୍ବା କୂଅ ମଧ୍ୟରେ ସୁନା ପଡିଥିବା କଥା କୌଣସି ଶାସ୍ତ୍ରରେ ନାହିଁ । କିନ୍ତୁ ସୁନାଠାରୁ ସୁନାକୂଅର ମୂଲ୍ୟ ଶାସ୍ତ୍ର ମତେ ଅତି ମୂଲ୍ୟବାନ ।
ଶ୍ରୀମନ୍ଦିର ଉତ୍ତରଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବା ବାଟର ଡାହାଣ ପାର୍ଶ୍ବରେ ପଡେ ମା’ ଶିତଳାଙ୍କ ମନ୍ଦିର । ମନ୍ଦିର ସମ୍ମୁଖରେ ଥିବା କୂଅକୁ ସୁନାକୂଅ ବୋଲି କୁହାଯାଏ । ଏହି କୂଅଟି କାହାଦ୍ବାରା ବା କେବେ ଖୋଳାଯାଇଛି ତାହା ଉଲ୍ଲେଖ ନାହିଁ । ହେଲେ ଏହା ଅତି ପ୍ରାଚୀନ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦି ଅବସ୍ଥାନରୁ ରହିଥିବା ଅନୁମାନ କରାଯାଉଛି ।