ଓଡିଶା

odisha

ETV Bharat / state

ସାମୁଦ୍ରିକ ଝଡ଼ 'ଫନି'ର ଆଖି ଫିଟିଲା - fani

ଭୟଙ୍କର ସାମୁଦ୍ରିକ ଝଡ଼ 'ଫନି' ପ୍ରଳୟ ନେଇ ଆସୁଛି । ଏହା ଏବେ ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ 620କିଲୋମିଟର ଦୂରରେ ଓ ବିଶାଖାପାଟଣାଠାରୁ 400 କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ଆଉ ଏସବୁ ଭିତରେ 'ଫନି'ର କେନ୍ଦ୍ରସ୍ଥଳ ବା ଆଖି ଦୃଶ୍ୟମାନ ହୋଇଛି । ମୋଟ 30 କମି ବ୍ୟାସାର୍ଦ୍ଧ ରହିଛି ବାତ୍ୟାର କେନ୍ଦ୍ରସ୍ଥଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 1, 2019, 7:46 PM IST

ଭୁବନେଶ୍ବର: ସିଭିଅର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ 'ଫନି' ପ୍ରଳୟ ନେଇ ଆସୁଛି । ଏହା ଏବେ ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ 620 କିଲୋମିଟର ଦୂର ଓ ବିଶାଖାପାଟଣାଠାରୁ 400 କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ଆଉ ଏସବୁ ଭିତରେ 'ଫନି'ର କେନ୍ଦ୍ରସ୍ଥଳ ବା ଆଖି ଦୃଶ୍ୟମାନ ହୋଇଛି । ମୋଟ 30 କମି ବ୍ୟାସାର୍ଦ୍ଧ ରହିଛି ବାତ୍ୟାର କେନ୍ଦ୍ରସ୍ଥଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଠାରେ ସୂଚନା ଯୋଗ୍ୟ ଯେ ଯେତେବେଳ କୌଣସି ବାତ୍ୟା ଉତ୍ପତି ହୁଏ । ସେହି ସମୟ ଠାରୁ 48 ଘଣ୍ଟା ଭିତରେ ବାତ୍ୟାର 'ଆଖି' ଦୃଶ୍ୟମାନ ହୋଇଥାଏ । ଯାହାର ସ୍ପଷ୍ଟ ଛବି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ଆଞ୍ଚଳିକ ପଣିପାଗ ବିଭାଗର ଲାଇଭ ଅପଡେଟ୍‌ ପରଦାରେ ଦେଖିବାକୁ ମିଳିଛି । 'ଫନି'କୁ ଏକ ଗ୍ରାଫର ଆକଳନ ଅନୁଯାଇ ଏହା ବର୍ତ୍ତମାନ ସମୟରେ ଘଣ୍ଟା ପିଛା 14 କିଲୋମିଟର ବେଗରେ ଭୁ-ପୃଷ୍ଟ ଆଡକୁ ମାଡି ଆସୁଛି ।

ସୂଚନା ଅନୁସାରେ, ୩ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା 'ଫନି' ପୁରୀ ନିକଟରେ ସ୍ଥଳଭାବ ଛୁଇଁବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାଏ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details