ଓଡିଶା

odisha

ETV Bharat / state

‘ମେଣ୍ଟ ରାଜନୀତି’: ମୋଦିଙ୍କ ପ୍ରଶଂସା ପରେ ନବୀନଙ୍କୁ ସୋନିଆଙ୍କ ଚିଠି

କ୍ଷମତାକୁ ଆସିବାକୁ ହେଲେ ଦରକାର ଆଞ୍ଚଳିକ ଦଳର ସହଯୋଗ । ସେନେଇ କେନ୍ଦ୍ର ରାଜନୀତିରେ ଚାଲିଛି ବିଭିନ୍ନ ପ୍ରୟାସ । ନବୀନଙ୍କୁ ମୋଦିଙ୍କ ପ୍ରଶଂସା ହେଉ କି ମେଣ୍ଟ ଗଠନରେ ନବୀନଙ୍କୁ ସୋନିଆଙ୍କ ଚିଠି ଯାହାକି ସୃଷ୍ଟି କରିଛି ନୂତନ ସମୀକରଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 15, 2019, 8:24 PM IST

ଭୁବନେଶ୍ବର: କେନ୍ଦ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ନବୀନଙ୍କୁ ମୋଦିଙ୍କ ପ୍ରଶଂସା ହେଉ କି ନବୀନଙ୍କୁ ସୋନିଆ ଗାନ୍ଧୀଙ୍କ ଆମନ୍ତ୍ରଣ । ଫୋକସରେ କେବଳ ଆଞ୍ଚଳିକ ଦଳ । ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ କଂଗ୍ରେସ ଓ ବିଜେପି ପକ୍ଷରୁ ଚାଲିଛି ପ୍ରୟାସ ।

ଭିଡିଓ ସୌନ୍ଦର୍ଯ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିଲ୍ଲୀ ରାଜନୀତିରେ ଓଡ଼ିଶା ସୁପ୍ରିମୋଙ୍କ ଭୂମିକା ଗୁରୁତ୍ବ ରଖୁଥିବା ବେଳେ ନବୀନଙ୍କୁ ସୋନିଆଙ୍କ ଚିଠି ଲେଖିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପିରିକି ମେଣ୍ଟ ଗଠନ ଲାଗି କମଲ ହାସନ କଥା ହୋଇଥିବା ଚର୍ଚ୍ଚା ହେଉଛି । ଯାହାକୁ ବିଜେଡି ହାଲୁକାଭାବେ ନେଇଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛି କଂଗ୍ରେସ ।

ଗାଦି ହାତେଇବାକୁ ଫୋକସରେ ଆଞ୍ଚଳିକ ଦଳ । ସଂଖ୍ୟା ଗରିଷ୍ଠତା କମିଗଲେ ଆଞ୍ଚଳିକ ଦଳ ଉପରେ ଭରସା କରି ପୁଣି ଥରେ କ୍ଷମତା ହାସଲ କରିବାକୁ ଚାଲିଛି ପ୍ରୟାସ । ମହାମେଣ୍ଟ ଗଠନ କରି ମୋଦିଙ୍କୁ ହଟାଇବାକୁ ସୋନିଆ ଚେଷ୍ଟା କରୁଥିବା ବେଳେ ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି, ଏହା ଏକ ସ୍ବାଭବିକ ପ୍ରକ୍ରିୟା । କେନ୍ଦ୍ରରେ କୌଣସି ଦଳ ବା ଏନଡିଏ ଓ ୟୁପିଏ ମେଣ୍ଟ ସରକାର ଗଠନ ପାଇଁ ବହୁମତ ପାଇବ ନୋହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏବେ କେବଳ ନଜର ମେ 23ର ଫଳାଫଳକୁ । ତାହା ହିଁ ସ୍ପଷ୍ଟ କରିବ ବିଜେଡି କେଉଁ ମେଣ୍ଟ ପକ୍ଷରେ ରହିବ ବୋଲି ସେ କହିଛନ୍ତି ।

ସେପଟେ, କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ନବୀନ ଅନେକ ସମୟରେ ମୋଦି ଓ ଏନଡିଏକୁ ସମର୍ଥନ କରିଛନ୍ତି । କିନ୍ତୁ ଆଗାମୀ ଦିନରେ ୟୁପିଏ ସରକାର ଗଠନ କରିବ ବୋଲି ଆଶାବାଦୀ ଅଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details