ଭୁବନେଶ୍ବର: ଷୋଡଶ ବିଧାନସଭାର ମଙ୍ଗଳବାର ଥିଲା ପ୍ରଥମ ବା ବଜେଟ ଅଧିବେଶନ । ଗୃହରେ ଅଧିବେଶନ ପ୍ରାରମ୍ଭରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଗୃହରେ ଉପସ୍ଥିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ଓ ବିଧାୟକ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ।
ଚାଲିଥିଲା ଜାତୀୟ ସଙ୍ଗୀତ, ସାବଧାନ ରହିଲେ ନି ନବୀନ - ଭୁବନେଶ୍ବର
ଷୋଡଶ ବିଧାନସଭା ପ୍ରଥମ ଅଧିବେଶନର ରୋଚକ ଦୃଶ୍ୟ । ଘୁମାଇଲେ ବିଧାୟକ, ଶୋଇଲେ ବିଧାୟିକା । ନୀରବ ପ୍ରାର୍ଥନା ବେଳେ ବି ବସି ରହିଲେ ବିଷ୍ଣୁ । ଏପରିକି ଜାତୀୟ ସଙ୍ଗୀତ ଗାନ ବେଳେ ସାବଧାନ ମୁଦ୍ରାରେ ରହିଲେ ନି ମୁଖ୍ୟମନ୍ତ୍ରୀ ନବୀନ ।
କିନ୍ତୁ ସବୁଠୁ ବଡକଥା ହେଉଛି ମୁଖ୍ୟମନ୍ତ୍ରୀ ହଠାତ ଜାତୀୟ ସଙ୍ଗୀତ ଗାନ ସମୟରେ ଏକ ତେରଛା ଚାହାଣି ଦେଇଥିଲେ । ସାବଧାନ ମୁଦ୍ରାରେ ଠିଆ ହୋଇଥିବା ମୁଖ୍ୟମନ୍ତ୍ରୀ ହଠାତ ଡାହାଣକୁ କାହାକୁ ଏଭଳି ନଜରରେ ଅନାଇ ଥିଲେ ତାହା ଜଣାପଡିନାହିଁ ।
ସେପଟେ ଦିବଙ୍ଗତ ନେତା ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଠିଆହୋଇ 1 ମିନିଟ ନିରବ ପ୍ରାର୍ଥନା କରିବା ପାଇଁ ବାଚସ୍ପତି କହିଥିଲେ । ହେଲେ ଗୃହରେ ସମସ୍ତେ ଠିଆ ହୋଇ ନିରବ ପ୍ରାର୍ଥନା କରିଥିବା ବେଳେ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଘୁମାଇବା ଦେଖିବାକୁ ମିଳିଥିଲା । ଏନେଇ ଉଭୟ କଂଗ୍ରେସ ଓ ବିଜେପି ଆକ୍ଷେପ କରିଥିବା ବେଳେ ବିଷ୍ଣୁ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେହିଭଳି ଗୃହ ଚାଲିଥିବା ସମୟରେ କିଛି ବିଧାୟିକା ଶୋଇ ରହିଥିବା ମଧ୍ୟ କ୍ୟାମେରାରେ କଏଦ ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ