ଓଡିଶା

odisha

ETV Bharat / state

ନବନିର୍ବାଚିତ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ରବିବାର ବିଜେଡିର ନବ ନିର୍ବାଚିତ ସାଂସଦଙ୍କ ସହ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡିର 12 ନବନିର୍ବାଚିତ ସାଂସଦ ଉପସ୍ଥିତ ରହିଥିଲେ ।

By

Published : May 26, 2019, 2:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରବିବାର ବିଜେଡିର ନବ ନିର୍ବାଚିତ ସାଂସଦଙ୍କ ସହ ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ସମସ୍ତ ନବନିର୍ବାଚିତ ସାଂସଦଙ୍କ ସହ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ବିଜେଡିର ସମସ୍ତ ନବନିର୍ବାଚିତ 12 ସାଂସଦ ଉପସ୍ଥିତ ରହିଥିଲେ । ସାଂସଦ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ସାମନ୍ତ, ରମେଶ ମାଝୀ, ମହେଶ ସାହୁ, ଅନୁଭବ ମହାନ୍ତି ଉପସ୍ଥିତ ରହିଥିବା ସହ ନବୀନଙ୍କ ନାରୀ ଶକ୍ତି ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ପ୍ରମିଳା ବିଷୋୟୀ. ରାଜଶ୍ରୀ ମଲ୍ଲିକ ଓ ସର୍ବ କନିଷ୍ଠା ସାସଂଦ ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଓଡ଼ିଶାର ସ୍ଵାର୍ଥ ପାଇଁ କେଉଁ ପ୍ରସଙ୍ଗ ସଂସଦରେ ଉଠାଯିବ ସେ ନେଇ ଆଲୋଚନା କରାଯାଇଛି ।

ସଂସଦରେ ବିଶେଷ କରି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ,ପୋଲାଭରମ୍ ଓ ମହାନଦୀ ପ୍ରସଙ୍ଗରେ ଦଳ ନିଜର ଆଭିମୁଖ୍ୟକୁ ଶାଣିତ କରିବା କଥା ବୈଠକରେ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details