ଓଡିଶା

odisha

ETV Bharat / state

ଜଳୁଛି ଡମ୍ପିଂୟାର୍ଡ୍, ଚିନ୍ତାରେ ସ୍ଥାନୀୟ ବାସିନ୍ଦା - ଡମ୍ପିଂ ୟାର୍ଡ୍

ଜଳୁଛି ଡମ୍ପିଂ ୟାର୍ଡ । ହଜିଯାଇଛି ସ୍ଥାନୀୟ ବାସିନ୍ଦାଙ୍କ ନିଦ । ଭୟଭୀତ ଅବସ୍ଥାରେ 5 ଗ୍ରାମର ଲୋକ । ପ୍ରଶାସନରେ ଚେତା ପଶିନଥିବା ହୋଇଛି ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 3, 2019, 4:42 PM IST

ଭୁବନେଶ୍ବର: ହୁହୁହୋଇ ଜଳୁଛି ଭୁଆଶୁଣୀ ଡମ୍ପିଂ ୟାର୍ଡ୍ । 3 ଦିନ ହେଲା ଜଳୁଥିବା ନିଆଁ ଭୟଙ୍କର ରୂପ ନେଇଛି। କିଛି ଦିନ ହେଲା ଝଡ଼ ପବନ ଯୋଗୁଁ ଏହାର ପ୍ରଭାବ ଡମ୍ପିଂୟାର୍ଡ୍ ଉପରେ ପଡିଛି । ନିଆଁ ସହ ବିଷାକ୍ତ ଧୂଆଁ ଦେଖିବାକୁ ମିଳିଛି। ଆଉ ଏହାକୁ ନେଇ ଭୟଭୀତ ଅବସ୍ଥାରେ ୫ଟି ଗ୍ରାମର ଲୋକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ଦାରୁଠେଙ୍ଗ, କୃଷ୍ଣ ନଗର ଇତ୍ୟାଦି ଗାଁର ଗ୍ରାମବାସୀଙ୍କ ନିଦ ହଜିଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୌଣସି ଆଖିଦୃଶିଆ ପଦକ୍ଷେପ ବି ନେଉନି । ଅଜଣା ରୋଗରେ ପୀଡିତ ହେଉଛନ୍ତି ସ୍ଥାନୀୟ ଲୋକ । ଗାଈ ଗୋରୁ ମରୁଛନ୍ତି । ହେଲେ ରାଜଧାନୀର ନାକ ତଳେ ଥିବା ଚନ୍ଦକା ଓ ନନ୍ଦନକାନନର ସୁରକ୍ଷା ପାଇଁ ପ୍ରଶାସନର ନିଦ ଭାଙ୍ଗୁନି।

ଅଧିକ ପଢନ୍ତୁ:ବାକି ରହିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବି: ପ୍ରତାପଦେବ

ନିଆଁ ସହ ବିଷାକ୍ତ ଧୂଆଁ ଯୋଗୁଁ ଅଞ୍ଚଳରେ ଲୋକମାନଙ୍କ ଜୀବନ ସଙ୍ଗୀନ ସ୍ଥିତିରେ । ଧୁଆଁର ପ୍ରଭାବରେ ସମସ୍ତେ ଅସ୍ତବ୍ୟସ୍ତ । ଗାଁରେ କୌଣସି କାରଣରୁ କରେଣ୍ଟ ଚାଲିଗଲେ ସବୁ ସରିଲା। ନା ବାହାରକୁ ଆସିହେବ ନା ଘର ଭିତରେ ଶୋଇ ହେବ। ଲୋକଙ୍କ ଦୁଖ ଅସମ୍ଭାଳ । ଛାତ୍ରଛାତ୍ରୀଙ୍କ ପାଠପଢା ବି ବ୍ୟାହତ ହେଉଛି ।

ଯେଉଁ ପରିମାଣରେ ଭୁବନେଶ୍ୱରରୁ ବର୍ଜ୍ୟବସ୍ତୁ ବାହାରୁଛି ତାହାର ବୈଜ୍ଞାନିକ ପ୍ରଣାଳୀରେ ନିଷ୍କାସନ କରାଯିବା ବିଏମସି ପାଇଁ ଏକ ବଡ ଆହ୍ବାନ । ବର୍ଜ୍ୟବସ୍ତୁ ଗୋଟେ ସ୍ଥାନରେ ପକାଇବା ଦ୍ବାରା ଡାଇ ଅକ୍ସାଇଡ୍, କ୍ୟାନସର ଭଳି ରୋଗରେ ପଡ଼ିବା ସମ୍ଭାବନା ରହିଛି। ପାଖପାଖି ଅଞ୍ଚଳରେ ଏହାର ଆଭାସ ବି ଆସିଲାଣି । ସ୍ମାର୍ଟ୍ ସିଟି ଭୁବନେଶ୍ବର ସ୍ୱଚ୍ଛସର୍ବେକ୍ଷଣରେ 288 ନମ୍ବରରେ ଯାଇ ରହିଛି । ଏହାର ଏକମାତ୍ର କାରଣ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ସମସ୍ୟା ବୋଲି କହିଛନ୍ତି ପରିବେଶବିତ୍ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details